ଓଡିଶା

odisha

ETV Bharat / state

ଯାଜପୁରର ଚର୍ଚ୍ଚିତ ସନ୍ତୋଷୀ ମା'ଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ, ସାମିଲ ହେଲେ ଶହ ଶହ ମହିଳା - କ୍ଷେତ୍ରବାସୀ ଲେଙ୍କା

ଯାଜପୁର ଚିକଣା ଗାଁରେ ପତିଙ୍କଠାରୁ ଉପହାରରେ ପାଇଥିବା ବିଶାଳକାୟ ମା' ସନ୍ତୋଷୀଙ୍କ ମନ୍ଦିର । ଆଜି ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଗାଁର ଶହ ଶହ ମହିଳା ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Pratistha Mahotsav of Maa Santoshi templ
Pratistha Mahotsav of Maa Santoshi templ

By

Published : Feb 28, 2023, 5:35 PM IST

ଯାଜପୁରର ଚର୍ଚ୍ଚିତ ସନ୍ତୋଷୀ ମା'ଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଯାଜପୁର:ଜିଲ୍ଲାର ବିଞ୍ଝାରପୁର ବ୍ଲକ ଚିକଣା ଗ୍ରାମରେ ପତ୍ନୀର ଇଚ୍ଛା ପୂରଣ ପାଇଁ ନିର୍ମାଣ କରିଥିବା ସନ୍ତୋଷୀ ମା'ଙ୍କ ମନ୍ଦିରର ଆଜି ପ୍ରତିଷ୍ଠା ଦିବସ । ଦୀର୍ଘ ୧୫ବର୍ଷ ଧରି ନିର୍ମାଣ ହେଉଥିବା ଏହି ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଛି । ସକାଳୁ ଗ୍ରାମର ମହିଳାମାନେ କୁଶଭଦ୍ରା ନଦୀରୁ ପାଣି ଆଣିବା ପରେ ନୀତିକାନ୍ତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ଅପରାହ୍ନରେ ଯଜ୍ଞ ହେବାକୁ ଥିବା ବେଳେ ଏହା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଚାଲିବ ।

ପତ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ଏହି ମନ୍ଦିର ତୋଳିଥିଲେ ସ୍ବାମୀ । ହାଇଦ୍ରାବାଦରେ ରହୁଥିବା ଶିଳ୍ପପତି ସ୍ବାମୀ କ୍ଷେତ୍ରବାସୀ ଲେଙ୍କାଙ୍କ ପତ୍ନୀଙ୍କ ପ୍ରତି ଥିବା ଏଭଳି ଭଲ ପାଇବା ଓ ତାଙ୍କ ମନ୍ଦିର ଉପହାରକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଆଜି ସକାଳୁ ଅନୁଷ୍ଠିତ କଳସ ଯାତ୍ରାରେ ଶତାଧିକ ମହିଳା ଯୋଗ ଦେଇ ବରୁଣେଶ୍ବର ମନ୍ଦିର ନିକଟସ୍ଥ କୁଶଭଦ୍ରା ନଦୀରୁ ପାଣି ଆଣିଥିଲେ । ପରେ ନୀତିକାନ୍ତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି। ଅପରାହ୍ନରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ୫ଦିନ ଯାଏଁ ଚାଲିବ। ଏହି ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।

ଏହା ବି ପଢନ୍ତୁ- ସ୍ତ୍ରୀକୁ କଥା ଦେଇ କଥା ରଖିଲେ ସ୍ବାମୀ, 7କୋଟିରେ ସାଉଥ ଷ୍ଟାଇଲରେ ନିର୍ମାଣ କଲେ ମା' ସନ୍ତୋଷୀଙ୍କ ଭବ୍ୟ ମନ୍ଦିର

ସୂଚନା ଥାଉ କି ଚିକଣା ଗାଁରେ ଦକ୍ଷିଣ ଭାରତୀୟ ମନ୍ଦିର ଶୈଳୀରେ ନିର୍ମିତ ହୋଇଛି ଏହି ମନ୍ଦିର। ପତ୍ନୀ ସନ୍ତୋଷୀ ମା'ଙ୍କ ଭକ୍ତ ହୋଇଥିବାରୁ ସ୍ବାମୀ କ୍ଷେତ୍ରବାସୀ ଲେଙ୍କା ବିବାହ ବେଳେ ସନ୍ତୋଷୀ ମା' ମନ୍ଦିରଟିଏ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ। ସେହି ସ୍ଵପ୍ନକୁ ପୂରଣ ପାଇଁ କ୍ଷେତ୍ରବାସୀ ଲେଙ୍କାଙ୍କୁ ଦୀର୍ଘ ୧୫ବର୍ଷ ସମୟ ଲାଗିଥିଲା । ଆଜି ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଛି । ମନ୍ଦିରର ମୁଖଶାଳା ୮୬ ଫୁଟ ହୋଇଥିବା ବେଳେ ମନ୍ଦିର ୬୫ ଫୁଟ ବିଶିଷ୍ଟ ହୋଇଛି । ମନ୍ଦିରରେ ସନ୍ତୋଷୀ ମା'ଙ୍କ ସହ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ଏହି ମନ୍ଦିରରେ ପୂଜା ପାଉଛନ୍ତି ।

ସ୍ବାମୀଙ୍କଠାରୁ ଏଭଳି ଉପହାର ପାଇ ବେଶ ଖୁସି ଅନୁଭବ କରିଛନ୍ତି ପତ୍ନୀ ବୈଜୟନ୍ତୀ । ମନ୍ଦିର ମୂର୍ତ୍ତି ଗୁଜୁରାଟ ଓ କେନ୍ଦୁଝରର ଖିଚିଂଠାରୁ ଆସିଛି । ଏହି ମନ୍ଦିର ପାଇଁ କ୍ଷେତ୍ରବାସୀ ୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଛୋଟ ମନ୍ଦିର ତୋଳୁ ତୋଳୁ ଆଜି ସେ ବିଶାଳ ମନ୍ଦିର ନିର୍ମାଣ କରିଛନ୍ତି । ତେବେ ଏହି ପ୍ରତିଷ୍ଠା ଉତ୍ସବ ୩ଦିନ ଧରି ଚାଲିବ । ଆଜି ପ୍ରଥମ ଦିନରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଗ୍ରାମବାସୀ କଳସ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details