ଯାଜପୁର:ଆଜି ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ୟୁକ୍ରେନ୍ ଏବେ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ସେଠାରେ ଫସି ରହିଛନ୍ତି ୧୮ ହଜାରରୁ ଅଧିକ ଭାରତୀୟ । ସେମାନଙ୍କ ମଧ୍ୟର ଓଡ଼ିଆ ମଧ୍ୟ ସାମିଲ ରହିଛନ୍ତି । ଯାଜପୁର ଜିଲ୍ଲା କୋରେଇ ଥାନା ବିରୁଆଁପଡା ଗାଁର ପ୍ରଣୟ ନାୟକ ମଧ୍ୟ ସେଥିରେ ସାମିଲ ରହିଛନ୍ତି ।
Russia-Ukraine War: ୟୁକ୍ରେନରେ ଫସି ରହିଛନ୍ତି ଯାଜପୁରର ପ୍ରଣୟ ନାୟକ - ଋଷିଆ-ୟୁକ୍ରେନ ଯୁଦ୍ଧ ଖବର
କ୍ରେନ୍ ଏବେ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ସେଠାରେ ଫସି ରହିଛନ୍ତି ୧୮ ହଜାରରୁ ଅଧିକ ଭାରତୀୟ । ଯାଜପୁର ଜିଲ୍ଲା କୋରେଇ ଥାନା ବିରୁଆଁପଡା ଗାଁର ପ୍ରଣୟ ନାୟକ ମଧ୍ୟ ସେଥିରେ ସାମିଲ ରହିଛନ୍ତି । ଅଧିକ ପଢ଼ନ୍ତୁ
Russia-Ukraine War: ୟୁକ୍ରେନ୍ରେ ଫସି ରହିଛନ୍ତି ବିରୁଆଁପଡା ଗାଁର ପ୍ରଣୟ ନାୟକ
ବିରୁଆଁପଡା ଗାଁର ବସନ୍ତ ନାୟଙ୍କ ପୁଅ ହେଉଛନ୍ତି ପ୍ରଣୟ ନାୟକ । ସେ ଡାକ୍ତରୀ ପଢିବା ପାଇଁ ୩ ବର୍ଷ ହେଲା ୟୁକ୍ରେନରେ ରହୁଥିଲେ । ବର୍ତ୍ତମାନ ଏହି ଛାତ୍ରଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ତାଙ୍କ ପରିବାର ବର୍ଗ । ୬ ମାସ ପୂର୍ବେ ଗାଁକୁ ଆସିଥିଲେ ପ୍ରଣୟ । ଯୁଦ୍ଧ ଖବର ଶୁଣିବା ପରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯଥାଶୀଘ୍ର ପୁଅକୁ ଫେରାଇ ଆଣିବା ପାଇଁ ନେହୁରା ହେଉଛନ୍ତି ପରିବାର ଲୋକେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ