ଓଡିଶା

odisha

ପ୍ରଦୂଷଣର ବିଷ ବଳୟରେ କଳିଙ୍ଗ ନଗର, ଅସ୍ତବ୍ୟସ୍ତ ଜନଜୀବନ

By

Published : Aug 29, 2021, 4:41 PM IST

ପ୍ରଦୂଷଣର ବିଷ ବଳୟରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ । ଯୁଆଡେ ଚାହିଁଲେ ସିଆଡେ ଖାଲି ଧୂଆଁ ହିଁ ଧୂଆଁ । କଳକାରଖାନାର ବିଷାକ୍ତ ଧୂଆଁ ଓ ଗାଡି ମୋଟର ଧୂଆଁରେ ଲୁଚି ଯାଉଛି ଏହି ସହର । ଅଧିକ ପଢନ୍ତୁ...

ପ୍ରଦୂଷଣର ବିଷ ବଳୟରେ କଳିଙ୍ଗନଗର, ଅସ୍ତବ୍ୟସ୍ତ ଜନଜୀବନ
ପ୍ରଦୂଷଣର ବିଷ ବଳୟରେ କଳିଙ୍ଗନଗର, ଅସ୍ତବ୍ୟସ୍ତ ଜନଜୀବନ

ଯାଜପୁର: ପ୍ରଦୂଷଣର ବିଷ ବଳୟରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ । ଜଳ ପ୍ରଦୂଷଣ ସାଙ୍ଗକୁ ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଫଳରେ ଦୁର୍ବିସହ ହୋଇପଡିଛି ଦୈନଦିନ ଜୀବନ । କଳିଙ୍ଗନଗର ଶିଳ୍ପାଞ୍ଚଳରେ କଳକାରଖାନା ଯୋଗୁଁ ଆଜି ପ୍ରଦୂଷଣର ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ । ପ୍ରତିଦିନ କଳକାରଖାନାର ଓ ଗାଡି ମୋଟର ଧୂଆଁରେ ଲୁଚି ଯାଉଛି ଏହି ସହର । ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କାରଣ ସାରା ଅଞ୍ଚଳ ଏବେ ପ୍ରଦୂଷଣର ଶୀକାର ହୋଇଛି ।

ପ୍ରଦୂଷଣର ବିଷ ବଳୟରେ କଳିଙ୍ଗ ନଗର, ଅସ୍ତବ୍ୟସ୍ତ ଜନଜୀବନ

ଏମିତିକି ଗଣ୍ଡାନାଳରେ ପ୍ରବାହିତ କାରଖାନାର ବିଷାକ୍ତ ଜଳର ପ୍ରଭାବରେ ଫସଲ ମଧ୍ୟ ନଷ୍ଟ ହୋଇଯାଉଛି । ସେପଟେ ଏଠାକାର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ନିକଟରେ ଦେଶର ପ୍ରଥମ ସ୍ଥାନର ମାନ୍ୟତା ମିଳିଛି। ପ୍ରଦୂଷଣର ସ୍ଥିତି ଓ ପ୍ରଭାବ ଦେଖିଲେ ଏହାର ନିୟନ୍ତ୍ରଣ ବ୍ୟବସ୍ଥା କେତେ ଉନ୍ନତ ତାହା ପ୍ରମାଣିତ ହୁଏ ।

ପ୍ରଦୂଷଣ ଯୋଗୁଁ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । କିଡନି ଓ ଚର୍ମରୋଗ ଆଦିର ଶିକାର ହେଉଛନ୍ତି ସ୍ଥାନୀୟ ଲୋକେ । ଯଥାଶୀଘ୍ର ସରକାର ଏଭଳି ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ପରିବେଶ ପ୍ରେମୀ ମନ୍ତବ୍ୟ ଦେଇଛନ୍ତି । ମାତ୍ର ସେପଟେ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଏହାକୁ ଅସ୍ବୀକାର କରି କହିଛନ୍ତି ବିଭିନ୍ନ ସମୟରେ ଅଭିଯୋଗ ଆଧାରରେ ଇ-ଡେସପାଚ୍ କରାଯାଉଛି । ରୀତିମତ ଅନୁସନ୍ଧାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ଏହା ଉପରେ କେବେ ପ୍ରଶାସନ ଦୃଷ୍ଟି ଦେଉଛି ଖାଲି ତାକୁ ହିଁ ଅପେକ୍ଷା ।

ଯାଜପୁରରୁ ଞ୍ଜାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details