ଯାଜପୁର:ବାଲିଚନ୍ଦ୍ରପୁର ଥାନା ପଣସୁଧା ଗାଁରେ ପୋଲିସ ଭ୍ୟାନ ପୋଡି ଘଟଣା । ଘଟଣାରେ 14 ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକ 14ଜଣଙ୍କ ଭିତରେ ଦୁଇଜଣ ମହିଳା ଥିବା ଜଣାପଡିଛି ।
ସୂଚନାଅନୁସାରେ, ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ପଣସୁଧା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଆଉ ଏହି ଘଟଣାକୁ ନେଇ ପୋଲିସ ମଧ୍ୟ ପହଞ୍ଚିଥିଲା । ଏନେଇ ଉତ୍ତେଜିତ ଲୋକ ନିଆଁ ଲଗାଇ ଦେଇଥିଲେ । ଅଗ୍ନିକାଣ୍ଡରେ ପୋଲିସ ଭ୍ୟାନ ସହିତ ଚାରୋଟି ଦୋକାନ ଜଳିଯାଇଥିଲା ।