ଓଡିଶା

odisha

By

Published : Feb 27, 2021, 5:37 PM IST

Updated : Feb 27, 2021, 6:09 PM IST

ETV Bharat / state

'ଝରାଫୁଲ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ ଠିକ୍ ଚାଲିଛି'

ଝରଫୁଲ ହତ୍ୟା ଘଟଣାରେ ପୋଲିସର ତଦନ୍ତ ଠିକ୍ ଚାଲିଛି ବୋଲି ମାନବାଧିକାର କମିଶନଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

'ଝରାଫୁଲ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ ଠିକ୍ ଚାଲିଛି'
'ଝରାଫୁଲ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ ଠିକ୍ ଚାଲିଛି'

ଯାଜପୁର:ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ମାନବାଧିକାର କମିଶନର । ମାମଲାରେ ପୋଲିସର ତଦନ୍ତ ଠିକ୍ ଚାଲିଛି । ଯଦି ଆବଶ୍ୟକ ପଡେ ତେବେ ମାନବାଧିକାର କମିଶନକୁ ତଦନ୍ତ ଦାୟିତ୍ବ ଦିଆଯାଏ ତେବେ କମିଶନର ନିଶ୍ଚିତ ତଦନ୍ତ କରିବେ ।

'ଝରାଫୁଲ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ ଠିକ୍ ଚାଲିଛି'

ସୂଚନା ଅନୁଯାୟୀ ଆଜି(ଶନିବାର) ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ଶଙ୍ଖଚିଲା ମନ୍ଦିର ନିକଟରେ ଝରାଫୁଲ ହତ୍ୟାକାଣ୍ଡ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମାନବାଧିକାର କମିଶନର ଅସୀମ ଅମିତାଭ ଦାସ । ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଏକ ମାନବାଧିକାର କର୍ମୀ କର୍ମଶାଳାରେ ଯୋଗ ଦେଇଥିଲେ ରାଜ୍ୟ ମାନବାଧିକାର କମିଶନର ଅସୀମ । ଏହି ଅବସରରେ ଝରାଫୁଲ ଘଟଣାକୁ ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, 'ହତ୍ୟାକାଣ୍ଡ ପର ଠାରୁ ପୋଲିସ ଯେଭଳି ତଦନ୍ତ କରୁଛି ତାହା ଠିକ ଅଛି । ଯଦି ଆବଶ୍ୟକ ପଡେ କିମ୍ବା ମାନବାଧିକାର କମିଶନକୁ ତଦନ୍ତ କରିବାକୁ ଦିଆଯାଏ ତାହେଲେ କମିଶନର ନିଶ୍ଚିତ ତଦନ୍ତ କରିବ ।' ତେବେ ମୋଟାମୋଟି ଭାବରେ ପୋଲିସର ତଦନ୍ତ ଉପରେ ଖୁସିବ୍ୟକ୍ତ କରିଛନ୍ତି ମାନବାଧିକାର କମିଶନର ।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 27, 2021, 6:09 PM IST

ABOUT THE AUTHOR

...view details