ଯାଜପୁର: ଜିଲ୍ଲାରେ ପୋଲିସ ପକ୍ଷରୁ 60ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।
ଯାଜପୁରରେ ପୋଲିସ ଶହୀଦ ଦିବସ ପାଳିତ - ପୋଲିସ ସହିଦ୍ ଦିବସ ପାଳିତ
ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ପାଣିକୋଇଲି ଠାରେ ୬୦ତମ ପୋଲିସ ଶହୀଦ ସ୍ମୃତି ଦିବସ ଅବସରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।
ଯାଜପୁରରେ ପୋଲିସ ସହିଦ୍ ଦିବସ ପାଳିତ
ଯାଜପୁରରେ ପୋଲିସ ସହିଦ୍ ଦିବସ ପାଳିତ
ଯାଜପୁର ଏସ୍ପି ଚରଣ ସିଂ ମୀନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏହି କ୍ୟାଣ୍ଡେଲ ଶୋଭାଯାତ୍ରା । ଶୋଭାଯାତ୍ରାଟି ପାଣିକୋଇଲି ଛକରୁ ବାହାରି ଜିଲ୍ଲା ପୋଲିସ କାର୍ଯ୍ୟଳୟରେ ଥିବା ଶହୀଦ ସ୍ତମ୍ଭ ନିକଟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ବହୁ ପୋଲିସ ବରିଷ୍ଠ ଅଧିକାରୀ ବୁଦ୍ଧିଜୀବୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ