ଓଡିଶା

odisha

ETV Bharat / state

କୃଷ୍ଣନଗର ଗାଁ ଡକାୟତି ଘଟଣା: 6 ଅଭିଯୁକ୍ତ ଗିରଫ

ଯାଜପୁର ଜିଲ୍ଲା ବରୀ ଥାନା କୃଷ୍ଣନଗର ଗ୍ରାମରେ ଗତ 28 ତାରିଖ ରାତିରେ ଜଣକ ଘରୁ ଡକାୟତି ଘଟଣାରେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

କୃଷ୍ଣନଗର ଗାଁ ଡକାୟତି ଘଟଣା: 6 ଅଭିଯୁକ୍ତ ଗିରଫ
କୃଷ୍ଣନଗର ଗାଁ ଡକାୟତି ଘଟଣା: 6 ଅଭିଯୁକ୍ତ ଗିରଫ

By

Published : Jul 14, 2021, 10:29 PM IST

ଯାଜପୁର: ଯାଜପୁର ଜିଲ୍ଲା ବରୀ ଥାନା କୃଷ୍ଣନଗର ଗ୍ରାମରେ ଗତ 28 ତାରିଖ ରାତିରେ ଜଣକ ଘରୁ ଡକାୟତି ଘଟଣାରେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରୀ ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । ସୂଚନା ଅନୁଯାୟୀ କୃଷ୍ଣନଗର ଗ୍ରାମର କାଞ୍ଚନ ଶୁକ୍ଳଙ୍କ ଘରୁ ବିଳମ୍ବିତ ରାତିରେ ଡକାୟତି କରିଥିଲା । ଡ଼କାୟତମାନେ କାଞ୍ଚଙ୍କ ଘର ଗ୍ରିଲ ତାଡି ଘରେ ପଶିବା ସହ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଥିଲେ ।

କୃଷ୍ଣନଗର ଗାଁ ଡକାୟତି ଘଟଣା: 6 ଅଭିଯୁକ୍ତ ଗିରଫ

ଏନେଇ ବରି ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରେ ଏହି ଘଟଣାରେ ସଂପୃକ୍ତ 6 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ କରାଯାଇଥିବା ଯାଜପୁର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details