ଓଡିଶା

odisha

ETV Bharat / state

4 ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କଲା ପୋଲିସ - duplicate jarda

ଛତିଆ ବିଦ୍ୟାଧରପୁର ଅଞ୍ଚଳରେ ନକଲି ଜର୍ଦ୍ଦା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯାଜପୁର ଏସଡିପିଓ ଚିନ୍ମୟ ନାୟକ ଓ ବୈରୀ ଥାନା ଅଧିକାରୀ ତଥା ଡିଏସପି ଦୀପକ ଗୋଚ୍ଛାୟତଙ୍କ ମିଳିତ ସହଯୋଗରେ ସୋମବାର ଭୋରରୁ ଚଢ଼ାଉ କରି 4ଜଣ ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କରିଛି । ଅଧିକ ପଢନ୍ତୁ..

4 ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କଲା ପୋଲିସ
4 ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କଲା ପୋଲିସ

By

Published : Jan 13, 2020, 6:45 PM IST

ଯାଜପୁର: ଦୀର୍ଘ ଦିନ ଧରି ଚାଲି ଆସୁଥିବା ଛତିଆ ବିଦ୍ୟାଧରପୁର ଅଞ୍ଚଳରେ ନକଲି ଜର୍ଦ୍ଦା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯାଜପୁର ଏସଡିପିଓ ଚିନ୍ମୟ ନାୟକ ଓ ବୈରୀ ଥାନା ଅଧିକାରୀ ତଥା ଡିଏସପି ଦୀପକ ଗୋଚ୍ଛାୟତଙ୍କ ମିଳିତ ସହଯୋଗରେ ସୋମବାର ଭୋରରୁ ଚଢ଼ାଉ କରି 4ଜଣ ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କରିଛି ।

4 ନକଲି ଜର୍ଦ୍ଦା ବେପାରୀଙ୍କୁ କାବୁ କଲା ପୋଲିସ

ସେମାନଙ୍କ ଠାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା, ପ୍ୟାକିଂରେ ବ୍ୟବହୃତ ଲେବୁଲ୍, କେମିକାଲସ୍, ଓଜନ କଣ୍ଟା, କଞ୍ଚାମାଲ୍ 2 ରୁ 3 ବସ୍ତା, କିରୋସିନ୍ ଆଦି ଜବତ କରିଛି । ଏହାର ଆନୁମାନିକ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

ତେବେ ଗିରଫ ୪ ଜଣ ବେପାରୀ ହେଲେ ତପନ ବେହେରା(୩୦), ବାପପୁଅ ନାରାୟଣ ନାଥ(୪୮), ଚନ୍ଦନ ନାଥ(୨୫) ଏବଂ ବୁଲୁ ପାଲ୍(୪୫) । ଏମାନଙ୍କୁ ନକଲି ହାନିକାରକ ଦ୍ରବ୍ୟ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ବେପାରର ଚେର ବିଦ୍ୟାଧରପୁର କଲିକୋତା ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details