ଓଡିଶା

odisha

By

Published : Feb 26, 2021, 10:46 AM IST

ETV Bharat / state

ଯାଜପୁରରେ ପିଏନବି ସହ ଯୋଡି ହେଲା ଓବିସି ବ୍ୟାଙ୍କ

ଯାଜପୁର ଜିଲ୍ଲାରେ ପିଏନବି-ଓବିସି ବ୍ୟାଙ୍କର ମିଶ୍ରଣ ହୋଇଛି । ଅଧିକ ପଢନ୍ତୁ...

ଯାଜପୁରରେ ପିଏନବି ସହିତ ଯୋଡି ହେଲା ଓବିସି ବ୍ୟାଙ୍କ
ଯାଜପୁରରେ ପିଏନବି ସହିତ ଯୋଡି ହେଲା ଓବିସି ବ୍ୟାଙ୍କ

ଯାଜପୁର: ଜିଲ୍ଲାର ବ୍ୟାସନଗର ସହରରେ ଥିବା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସର ଶାଖାଟି ପଞ୍ଜାବ୍ ନ୍ୟାସନାଲ ବ୍ୟାଙ୍କ ଶାଖା ସହିତ ଯୋଡି ହୋଇଛି । ତେବେ ସାରା ଦେଶରେ ପଞ୍ଜାବ୍ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ ହେବା ପରେ ଜିଲ୍ଲାରେ ମଧ୍ୟ ଦୁଇ ଶାଖା ଯୋଡି ହୋଇଛି ।

ଯାଜପୁରରେ ପିଏନବି ସହିତ ଯୋଡି ହେଲା ଓବିସି ବ୍ୟାଙ୍କ

ମର୍ଜ ହୋଇଥିବା ଏହି ବ୍ୟାଙ୍କ ସ୍ଥାନୀୟ ଚୋରଦା ବାଇପାସ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପରିସରରେ କାର୍ଯ୍ୟକ୍ଷମ ହୋଇଛି । ଗ୍ରାହକମାନଙ୍କ ସୁବିଧା ନିମନ୍ତେ ଏହାକୁ ଆନୁଷ୍ଠାନିକ ଭାବେ ସାର୍ବଜନୀନ କରିଛନ୍ତି ପଞ୍ଜାବ୍ ନ୍ୟାସନାଲ ବ୍ୟାଙ୍କ ଭୁବନେଶ୍ବର ଜୋନ୍ ସାଧାରଣ ପରିଚାଳକ ଅଶ୍ବିନୀ କୁମାର । ଏହି ଅବସରରେ ବାଲେଶ୍ବର ସର୍କଲ ଏବଂ ସ୍ଥାନୀୟ ଶାଖାର ପଦାଧିକାରୀଙ୍କ ସମେତ ବହୁ ନିମନ୍ତ୍ରିତ ଗ୍ରାହକ ଅତିଥି ଭାବେ ଯୋଗ ଦେଇଥିଲେ ।

ତେବେ ସାରା ଦେଶରେ ପଞ୍ଜାବ୍ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ ହେବା ପରେ ଯାଜପୁର ଜିଲ୍ଲାରେ ମଧ୍ୟ ଦୁଇ ଶାଖାକୁ ଯୋଡା ଯାଇଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details