ଯାଜପୁର:ଶାସକ ଦଳର ଯୁବନେତାଙ୍କ ପତ୍ନୀଙ୍କ ନାଁରେ ଆବାସ ଯୋଜନା ଘର । ଦଳୀୟ ପଦ ପଦବୀରେ ଥାଇ କିଭଳି ଏହି ଯୋଜନା ହାତେଇଲେ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ଏହି ଘଟଣାଟି ହେଉଛି ଯାଜପୁର ଜିଲ୍ଲା କୋରୋଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଅଞ୍ଚଳର । ବ୍ଲକ ଯୁବ ବିଜେଡି ସଭାପତି ପ୍ରଶାନ୍ତ ମହାପାତ୍ର ଚଞ୍ଚକତା କରି ନିଜ ସ୍ତ୍ରୀଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇଥିବା ବିଜେପି ଅଭିଯୋଗ କରିବା ସହ ଏନେଇ ଦଳ ପକ୍ଷରୁ କୋରାଇ ବିଡିଓ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।
ଅନ୍ୟପଟେ ଘଟଣାକୁ ଖଣ୍ଡନ କରିଛନ୍ତି ଯୁବ ବିଜେଡି ନେତା । ତାଙ୍କ କହିବା ମୁତାବକ ଆବାସ ଘର ହିତାଧିକାରୀ ବା ତାଙ୍କ ପତ୍ନୀ ହେଉଛନ୍ତି ଜଣେ ଅଙ୍ଗନବାଡି କର୍ମୀ । ଅଙ୍ଗନବାଡି କର୍ମୀଙ୍କ ନାଁରେ ଘର ଯୋଗାଇ ଦେବାକୁ ପ୍ରଶାସନିକ ସ୍ତରରେ ବିଧି ବ୍ୟବସ୍ଥା ରହିଛି । ତାଙ୍କୁ ବଦନାମ କରିବାକୁ ଆପ୍ରାଣ ଉଦ୍ୟମ ଚାଲିଛି । ଏପରିକି ଗଣମାଧ୍ୟମର ସାହାରା ନେଇ ଏଭଳି ଭିତ୍ତିହୀନ ଅଭିଯୋଗ କରାଯାଇଛି । ଅନ୍ୟର ଦୁଇ ମହଲା କୋଠାକୁ ତାଙ୍କର ବୋଲି ଦର୍ଶାଇ ଅପପ୍ରଚାର କରାଯାଇଥିବା ପ୍ରଶାନ୍ତ ଓ ତାଙ୍କ ପତ୍ନୀ କହିଛନ୍ତି ।