ଯାଜପୁର: ଚଳିତବର୍ଷର +2 ପରୀକ୍ଷା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଯାଜପୁର ଜିଲ୍ଲାର 56ଟି କଲେଜରେ ମୋଟ 17 ହଜାର 111ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ ସ୍ବଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାରେ ମୋଟ 7ଟି ପରୀକ୍ଷା ହବ୍ ଗଠନ କରାଯାଇଛି ।
ପ୍ରଥମ ଦିନ ପରୀକ୍ଷାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯାଇଥିଲା । ପରୀକ୍ଷା ହଲ ଭିତରକୁ ମୋବାଇଲ ଏବଂ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ନନେବାକୁ ଦୃଢ ପଦକ୍ଷେପ ନିଆଯାଇଛି । ଏପରିକି ପରୀକ୍ଷା ନିୟନ୍ତ୍ରଣ କରୁଥିବା ଅଧ୍ୟାପକଙ୍କୁ ପରୀକ୍ଷା ହଲ ଭିତରକୁ ମୋବାଇଲ ନେବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ରକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର ସ୍କ୍ବାର୍ଡ ପରିଦର୍ଶନ କରିଥିଲେ ।