ଓଡିଶା

odisha

ଯୁକ୍ତ ଦୁଇ କଳାରେ ଟପ୍ପର ହେଲେ ସମ୍ଭାବନା

By

Published : Sep 5, 2020, 8:14 PM IST

ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ 91ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ଯୁକ୍ତ ଦୁଇ କଳାରେ ଟପ୍ପର ହେଲେ ସମ୍ଭାବନା
ଯୁକ୍ତ ଦୁଇ କଳାରେ ଟପ୍ପର ହେଲେ ସମ୍ଭାବନା

ଯାଜପୁର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ। ଏହି ପରୀକ୍ଷାରେ ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ 91ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ସମ୍ଭାବନା ଏହି ପରୀକ୍ଷାରେ ସର୍ବାଧିକ 546 ନମ୍ବର ରଖି କୃତିତ୍ବ ଅର୍ଜନ କରିଛନ୍ତି। ଏଥି ସହିତ ସେ ଏକମାତ୍ର କୃତି ପରୀକ୍ଷାର୍ଥୀ ଭାବେ 90 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

ଯୁକ୍ତ ଦୁଇ କଳାରେ ଟପ୍ପର ହେଲେ ସମ୍ଭାବନା

ତେବେ ବାପା ଗୋପାଳ ଚନ୍ଦ୍ର ସାହୁ ଓ ମା ସ୍ନେହଲତା ସାହୁ ସମ୍ଭାବନାଙ୍କ ସଫଳତାରେ ବେଶ ଗର୍ବିତ ଥିବା କହିଛନ୍ତି । ସମ୍ଭାବନାଙ୍କ ଘର ଯାଜପୁର ସଦର ବ୍ଲକ ଭୁଇଁପୁର ପଞ୍ଚାୟତର କଲ୍ୟାଣପୁର ଗାଁରେ। ଗୋପାଳ ଚନ୍ଦ୍ର ପାଣିକୋଇଲି ଅଞ୍ଚଳରେ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ କାମ କରନ୍ତି। ସେଥିପାଇଁ ସେ ପାଣିକୋଇଲି ଠାରେ ପରିବାର ନେଇ ରହିଆସୁଛନ୍ତି। ସମ୍ଭାବନାଙ୍କ ସଫଳତା ପାଇଁ ଏବେ ବିଭିନ୍ନ ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ।

ସମ୍ଭାବନା ନିଜର ସଫଳତା ପାଇଁ ସାରା ଦିନ ପାଠ ପଢୁଥିଲେ। ପରିବାର ଏବଂ କଲେଜ ଅଧ୍ୟାପକ ଅଧ୍ୟାପିକାଙ୍କ ପକ୍ଷରୁ ତାକୁ ସବୁ ପ୍ରକାର ସହଯୋଗ ମିଳୁଥିଲା। ଏଥିପାଇଁ ସମ୍ଭାବନା ବାପା, ମା ଗୁରୁ ଗୁରୁଜନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ସମ୍ଭାବନା ଆଗାମୀ ଦିନରେ ଶିକ୍ଷକତା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details