ଓଡିଶା

odisha

ETV Bharat / state

ମା' ବିରଜାଙ୍କ ପୀଠରେ ପିତୃପୁରୁଷଙ୍କୁ ପିଣ୍ଡଦାନ - ପୌରାଣିକ

ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ବିଶେଷ କରି ଯାଜପୁରର ବିରଜା ମନ୍ଦିରର ନାଭିଗୟା ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ନାଭିଗୟାରେ ଶନିବାର ପିଣ୍ଡଦାନ ପାଇଁ କାହିଁ କେତେ ଦୂରରୁ ଛୁଟିଆସିଥିଲେ ଶ୍ରଦ୍ଧାଳୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Sep 28, 2019, 8:12 PM IST

ଯାଜପୁର: ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ବତନ୍ତ୍ର ପରମ୍ପରା ରହିଛି । ଏଥିପାଇଁ ଶନିବାର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଦୂରଦୁରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବିଶେଷ କରି ବିରଜା ମନ୍ଦିରର ନାଭିଗୟା ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ବର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ଆଜି ସକାଳୁ ସକାଳୁ ଜିଲ୍ଳା ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପିଣ୍ଡଦାନ କରି ମା’ ବିରଜାଙ୍କୁ ଦର୍ଶନ କରିଛନ୍ତି । ଏଭଳି ତିଥିରେ ପିଣ୍ଡଦାନ କରି ଶ୍ରଦ୍ଧାଳୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।


ମହାଳୟା ତିଥିରେ ଓ ନାଭିଗୟାରେ ପିଣ୍ଡଦାନ ନେଇ ରହିଛି ଅନେକ ପୌରାଣିକ ମତ । ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ କାହିଁ କେତେ ଦୂରରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details