ଯାଜପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ବୈତରଣୀ ପାର ହେବାକୁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏହିକ୍ରମରେ ଯାଜପୁର ବ୍ୟାସନଗରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ଜନ ଅଦାଲତ କାର୍ଯ୍ୟକ୍ରମ।
ଯାଜପୁରରେ ବିଜେପିର ଜନ ଅଦାଲତ, ଉଠିଲା ସ୍ଥାନୀୟ ସମସ୍ୟା - Jajpur bjp
ଅଦାଲତରେ ଚାଲିଥିଲା ଶୁଣାଣୀ । ପକ୍ଷଭୁକ୍ତ ଭୁକ୍ତ ଥିଲେ ସ୍ଥାନୀୟ ବିଧାୟକ ଏବଂ ସାଂସଦ । ଗୋଟିଗୋଟି ହୋଇ ଲୋକପ୍ରତିନିଧିଙ୍କ ଠାରୁ ହିସାବ ମଗାଯାଉଥିଲା । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଆୟୋଜନ କରିଥିଲା ଜନ ଅଦାଲତ ।
![ଯାଜପୁରରେ ବିଜେପିର ଜନ ଅଦାଲତ, ଉଠିଲା ସ୍ଥାନୀୟ ସମସ୍ୟା](https://etvbharatimages.akamaized.net/etvbharat/images/768-512-2479091-1066-ebbb7bcf-d26a-4efa-a35a-f8e59de45fe5.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ବେକାରୀ ସମସ୍ୟା, ଚାଷୀ ସମସ୍ୟା, ଶ୍ରମିକ ସମସ୍ୟା, ପ୍ରଦୂଷଣର ଭୟାବହତା, ଅସୁରକ୍ଷିତ ମହିଳା ସମାଜ ଆଦି ବିଭିନ୍ନ ପ୍ରସଙ୍ଗ ଏଥିରେ ସ୍ଥାନ ପାଇଥିଲା । ଏହି ଜନ ଅଦାଲତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ସ୍ଥାନୀୟ ବିଜେପି ନେତା ବିଶ୍ୱଜିତ୍ ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ନେତ୍ରୀ ବବିତା ମଲ୍ଲିକଙ୍କ ସମେତ ବହୁ ଦଳୀୟ ନେତା ଏଥିରେ ସାମିଲ ହୋଇଥିଲେ। ସେହିପରି ଦର୍ଶକ ଗ୍ୟାଲେରୀରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ବୁଦ୍ଧିଜିବୀ ଉପସ୍ଥିତ ରହିଥିଲେ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ