ଓଡିଶା

odisha

ETV Bharat / state

ଅସହ୍ୟ ହେଉଛି କାରଖାନାର ପ୍ରଦୂଷଣ, ବିସ୍ଥାପିତ ପାଇଁ ଦାବି - jajpur

ଯାଜପୁରରେ ସହି ହଉନି କାରଖାନାର ପ୍ରଦୂଷଣ । ଅଣନିଶ୍ବାସୀ ହୋଇ ବିସ୍ଥାପିତ ହେବାକୁ ଅଡି ବସିଲେଣି ଲୋକେ । ଏନେଇ କଳିଙ୍ଗନଗର ଶିଳ୍ପାଞ୍ଚଳର ବାରାଗଡିଆ ଦଳିତସାହିର ବାସିନ୍ଦା ଅନେକ ଥର ଆନ୍ଦୋଳନ କରି ସଫଳ ନହେବାରୁ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Feb 24, 2019, 8:32 PM IST

ଯାଜପୁର: ସହି ହଉନି କାରଖାନାର ପ୍ରଦୂଷଣ । ଅଣନିଶ୍ବାସୀ ହୋଇ ବିସ୍ଥାପିତ ହେବାକୁ ଅଡି ବସିଲେଣି ଲୋକେ । ଏନେଇ ଅନେକ ଥର ଆନ୍ଦୋଳନ କରିଛନ୍ତି କଳିଙ୍ଗନଗର ଶିଳ୍ପାଞ୍ଚଳର ବାରାଗଡିଆ ଦଳିତସାହିର ବାସିନ୍ଦା । ତେବେ କୌଣସି ସୁଫଳ ମିଳୁନଥିବାରୁ ଶେଷରେ ଭୋଟ ବର୍ଜ୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

କଳକାରଖାନାର ବିଷାକ୍ତ ଧୂଆଁ ସହ ରାସ୍ତାର ଧୂଳିରେ ଅଣନିଶ୍ବାସୀ ହୋଇ କଳିଙ୍ଗନଗର ଟାଟା କାରଖାନା ପାଚେରୀ କଡରେ ଅବସ୍ଥାପିତ ବାରାଗଡିଆ ଦଳିତସାହିର ଲୋକେ ଦୀର୍ଘଦିନ ଧରି ବିସ୍ଥାପିତ ହେବାକୁ ଦାବି କରି ଆସୁଛନ୍ତି । କାରଖାନାରୁ ଚାକିରି ତଥା କାମଧନ୍ଦା ନ ମିଳି ରୋଗ ମିଳୁଥିବାରୁ ତୁରନ୍ତ ଏ ସମସ୍ୟାର ସମାଧାନ କରିବାକୁ ଅଡି ବସିଛନ୍ତି ଲୋକେ ।

ତେବେ ବାରମ୍ବାର ଦାବି ସତ୍ତ୍ବେ ସରକାର କମ୍ବା ଜନପ୍ରତିନିଧି କେହି ଦାବି ପ୍ରତି ଭୂକ୍ଷେପ କରୁନଥିବାରୁ ଶେଷରେ ଚଳିତ ସାଧାରଣ ନିର୍ବାଚନରେ ଭୋଟ ନଦେବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଖୁବଶୀଘ୍ର ଏହା ଉପରେ ବିଚାର କରି ଜିଲ୍ଲାପ୍ରଶାସନ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ।

ତେବେ କେବେ ଶୁଣିବ ପ୍ରଶାସନ ଓ କେବେ ଏ କୃତ୍ରିମ ଯନ୍ତ୍ରଣାରୁ ମୁକ୍ତି ପାଇବେ ସାଧାରଣ ଜନତା, ତାକୁ ହିଁ ଅପେକ୍ଷା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details