ଯାଜପୁର: ସୁରୁଖୁରୁରେ ରାଜ୍ୟରେ ଚାଲିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ଯେଉଁଥିରେ ପଛରେ ପଡିନି ଅପପୁଷ୍ଟିର ଇଲାକା ଭାବେ ଜଣା ଯାଉଥିବା ନଗଡା ଗାଁ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୋଇପଡିଥିବା ବେଳେ ଏହାର ଟିକେ ବି ପ୍ରଭାବ ଭୋଟରମାନଙ୍କ ଉପରେ ପଡିନାହିଁ । ବରଂ ପୋଲିଂ ବୁଥ୍ ବାହାରେ ଭୋଟରମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।
ମତାଧିକାର ସାବ୍ୟସ୍ତ କଲେ ନଗଡାବାସୀ - ମତଦାନ
ଚାଲିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ଯେଉଁଥିରେ ପଛରେ ପଡିନି ଅପପୁଷ୍ଟିର ଇଲାକା ଭାବେ ଜଣା ଯାଉଥିବା ନଗଡା ଗାଁ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅସହ୍ୟ ହୋଇପଡିଥିବା ବେଳେ ଏହାର ଟିକେ ବି ପ୍ରଭାବ ଭୋଟରମାନଙ୍କ ଉପରେ ପଡିନାହିଁ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
ସୂଚନା ଅନୁଯାୟୀ ସ୍ଥାନୀୟ ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ତଳ ନଗଡା, ମଝି ନଗଡା, ଉପର ନଗଡା ଏବଂ ନିକଟସ୍ଥ ଅଶୋକଝର ଗାଁ ଆଦିର ଭୋଟରମାନେ ନିଜର ମତଦାନ କରିଥିଲେ । ତେବେ ଚଳିତ ନିର୍ବାଚନରେ ସ୍ଥାନୀୟବାସିନ୍ଦାଙ୍କର ମତଦାନ ପାଇଁ ଥିବା ଉତ୍ସାହ ନିଶ୍ଚିତ ରୂପେ ପ୍ରଶଂସା ଯୋଗ୍ୟ । ଏଥର ନିର୍ବାଚନରେ କେବଳ ପୁରୁଷ ନୁହେଁ ବରଂ ମହିଳାମାନେ ମଧ୍ୟ ଭାରି ମାତ୍ରାରେ ଆସି ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ