ଓଡିଶା

odisha

ETV Bharat / state

‌ଜନ୍ମ-ମୃତ୍ୟୁ ପଞ୍ଜିକରଣ ବିଭାଗରେ ଝୁଲୁଛି ତାଲା, ଲୋକେ ହନ୍ତସନ୍ତ

ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା । ଜନ୍ମ-ମୃତ୍ୟୁ ପଞ୍ଜିକରଣ ବିଭାଗରେ ଯେତେବେଳେ ଗଲେ ସେତେବେଳ ତାଲା ଝୁଲୁଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରକୁ ଲୋକେ ଦୌଡ଼ିଦୌଡ଼ି ନୟାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

By

Published : Mar 30, 2023, 5:38 PM IST

Updated : Mar 30, 2023, 6:40 PM IST

Birth and Death Registration Department of Jajpur
Birth and Death Registration Department of Jajpur

‌ଜନ୍ମ-ମୃତ୍ୟୁ ପଞ୍ଜିକରଣ ବିଭାଗରେ ଝୁଲୁଛି ତାଲା, ଲୋକେ ହନ୍ତସନ୍ତ

ଯାଜପୁର: ଜନ୍ମ ମୃତ୍ୟୁ ପ୍ରମାଣପତ୍ର ନେବାକୁ ଦୁରଦୂରାନ୍ତରୁ ଆସି ନୟାନ୍ତ ସାଧାରଣ ଲୋକେ । ଯେଉଁ ସମୟରେ ବି ଆସୁଛନ୍ତି ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗ କାର୍ଯ୍ୟାଳୟରେ ଝୁଲୁଛି ତାଲା । ଅନେକ ସମୟରେ ମେଡିକାଲ ଦୌଡ଼ିଦୌଡ଼ି ନୟାନ୍ତ ହେଉଛନ୍ତି ସାଧାରଣ ଲୋକ । ଜିଲ୍ଲାର ବ୍ୟାସନଗର ସ୍ଥିତ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସପ୍ତାହକୁ ମାତ୍ର ୩ଦିନ ପାଇଁ ଖୋଲୁଥିବା ଏହି ଅଫିସ, ଅଧିକାଂଶ ଦିନ ବନ୍ଦ ରହୁଥିବା ଅଭିଯୋଗ କରିଛନ୍ତି ଲୋକେ ।

ଜିଲ୍ଲାର କଳିଙ୍ଗନଗର ମୁଖଶାଳା ବୋଲାଉଥିବା ବ୍ୟାସନଗର ସହରର ଉପକଣ୍ଠରେ ରହିଛି ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ପ୍ରତ୍ୟେକ ଦିନ ଏଠାକୁ ପ୍ରତ୍ୟେକ ଅଞ୍ଚଳରୁ ଶହଶହ ବିଭିନ୍ନ ବିଭାଗର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ମାତ୍ର ଏଠାକାର ବ୍ୟବସ୍ଥା କଥା ନକହିବା ଭଲ । ପୌରାଞ୍ଚଳରେ ଯେକୌଣସି ବ୍ୟକ୍ତିଙ୍କର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ପିଲା ଜନ୍ମ ହେଲେ ବା କେହି ମୃତ୍ୟୁବରଣ କଲେ ଏହିଠାରୁ ହିଁ ଜନ୍ମ-ମୃତ୍ୟୁ ପଞ୍ଜିକରଣ ପ୍ରମାଣପତ୍ର ସଂଗ୍ରହ କରିବାକୁ ପଡ଼େ । ତେବେ ପ୍ରତ୍ୟେକ ସପ୍ତାହର ସୋମବାର, ବୁଧବାର ଓ ଶୁକ୍ରବାର ଦିନ ହିଁ ପଞ୍ଜିକରଣ ହୋଇପାରିବା ନେଇ ମେଡିକାଲ ପକ୍ଷରୁ ସମୟ ସୀମା ସ୍ଥିର କରାଯାଇଛି ।

ଏହା ବି ପଢନ୍ତୁ-ଇଞ୍ଜିନିୟରିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଏନେଇ କାର୍ଯ୍ୟାଳୟ କବାଟରେ ମଧ୍ୟ ଦିନଗୁଡିକ ସ୍ପଷ୍ଟ ଭାବେ ଲେଖାଯାଇଛି । ହେଲେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ଅନେକ ସମୟରେ ସାଧାରଣ ଲୋକେ ପଞ୍ଜିକରଣ ବାରିରେ ଆସି ଖାଲି ହାତରେ ଫେରୁଛନ୍ତି । କିଏ ୬ଥର ତ କିଏ ମାସ ମାସ ଧରି ଦୌଡିଦୌଡ଼ି ନୟାନ୍ତ ହେଲେଣି । ସବୁଠି ସରକାରୀ କାର୍ଯ୍ୟାଳୟ ଦିନ ୧୦ଟାରେ ଖୋଲିବା ନିୟମ ରହିଛି, କିନ୍ତୁ ଏଠାରେ ମଧ୍ୟାହ୍ନ ୧୨ଟା ଯାଏଁ କାର୍ଯ୍ୟାଳୟରେ ଝୁଲୁଛି ତାଲା । ସେପଟେ ଅନେକ ଦୂରରୁ ଲୋକେ ଆସି ହଇରାଣ ହେଉଥିବା ଅଭିଯୋଗ ହେଉଛି ।

କାର୍ଯ୍ୟାଳୟର ୨ଟି କବାଟରେ ଦୁଇ ପାଖରେ ମରାଯାଇଛି ପୋଷ୍ଟର । ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ପ୍ରତ୍ୟେକ ସୋମବାର, ବୁଧବାର ଓ ଶୁକ୍ରବାର ଅଫିସ ଖୋଲା ରହେ । ଏହି ଦିନଗୁଡ଼ିକରେ କାର୍ଯ୍ୟାଳୟ ଖୋଲା ରହି ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସେବା ଯୋଗାଇ ଦେବାକୁ ଧାର୍ଯ୍ୟ ସରକାରୀ ସ୍ତରରେ ଧାର୍ଯ୍ୟ କରାଯାଇଛି । ମାତ୍ର ଏହି ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ମନଇଚ୍ଛା ଆସୁଥିବାରୁ ନିଜ କାମ ପାଇଁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଛନ୍ତି ।

ସେପଟେ ଏନେଇ ମେଡିକାଲ ଅଫିସରଙ୍କୁ ପଚାରିବାରୁ କାର୍ଯ୍ୟାଳୟ ପ୍ରତ୍ୟେକ ଦିନ ଖୋଲା ରହୁଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଏଠାରେ ପ୍ରଶ୍ନ ଉଠାଇ ଏହି କାର୍ଯ୍ୟାଳୟ ଜଦି ସାଧାରଣ ଲୋକଙ୍କ ପାଇଁ ନୁହେଁ ଆଉ କାହା ପାଇଁ ? ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହାପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଯାଜପୁର

Last Updated : Mar 30, 2023, 6:40 PM IST

ABOUT THE AUTHOR

...view details