ଯାଜପୁର:ଜିଲ୍ଲା ବ୍ୟାସନଗର ଠାରେ 'ଯାଜପୁର ହକି ଫେଷ୍ଟ' ଶୁକ୍ରବାର ଉଦଘାଟିତ ହୋଇଛି । ଓଡ଼ିଶାରେ ଚାଲିଥିବା ହକି ବିଶ୍ବକପର ପ୍ରଚାର ପ୍ରସାର କରିବା ପାଇଁ ଏହି ହକି ଫେଷ୍ଟର ଆୟୋଜନ କରାଯାଇଛି । ବ୍ୟାସନଗର ସ୍ଥିତ ଚାନ୍ଦମା ଖେଳ ପଡ଼ିଆରେ ଆୟୋଜିତ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅନେକ ଓଲିଉଡ଼ କଳାକାର ସାମିଲ ହୋଇ ନୃତ୍ୟ ଓ ଗୀତ ପରିବେଷଣ କରି ଦର୍ଶକଙ୍କୁ ଆକୃଷ୍ଟ କରିଛନ୍ତି । ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ୩ଦିନ ଧରି ଚାଲୁ ରହିବ ।
ରାଜ୍ୟସଭା ସାଂସଦ ସୁଲତା ଦେଓ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କୋରାଇ ବିଧାୟକ ଅଶୋକ ବଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଓ ଜିଲ୍ଲାପାଳ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଓଡ଼ିଶାରେ ଚାଲିଥିବା ହକି ବିଶ୍ବକପର ପ୍ରଚାର ପ୍ରସାର କରିବା ପାଇଁ ଏହି ହକି ଫେଷ୍ଟର ଆୟୋଜନ କରାଯାଇଛି। ଜାନୁଆରୀ ୨୦, ୨୧ ଓ ୨୨ ତାରିଖ ୩ ଦିନ ଧରି ଏହି ଉତ୍ସବ ପାଳନ କରାଯିବ। ଏହି ଉତ୍ସବ ଅବସରରେ ଗ୍ରାମୀଣ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ORMAS ପକ୍ଷରୁ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି ।
ଏହା ବି ପଢନ୍ତୁ- ବ୍ୟାସନଗରରେ ଅନୁଷ୍ଠିତ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ