ଓଡିଶା

odisha

ETV Bharat / state

ଜନତାଙ୍କ ସୁରକ୍ଷାରେ ଥିବା ଯୋଦ୍ଧାଙ୍କୁ କିଏ ଦେବ ସୁରକ୍ଷା ? - ଯାଜପୁର ଖବର

ମହାମାରୀ ବିରୋଧୀ ଯୁଦ୍ଧରେ ସେମାନେ ସାଜିଛନ୍ତି ସେନାପତି । ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ କରୁଛନ୍ତି ରକ୍ଷା । ଅଧିକ ପଢନ୍ତୁ...

ଜନତାଙ୍କ ସୁରକ୍ଷାରେ ଥିବା ଯୋଦ୍ଧାଙ୍କୁ ସୁରକ୍ଷିତ ରଖିବାକୁ ଦାବି
ଜନତାଙ୍କ ସୁରକ୍ଷାରେ ଥିବା ଯୋଦ୍ଧାଙ୍କୁ ସୁରକ୍ଷିତ ରଖିବାକୁ ଦାବି

By

Published : May 11, 2020, 5:18 PM IST

ଯାଜପୁର: ସାମାଜିକ ଦୂରତ୍ବ ହେଉ ଅବା ଭିଡ ନିୟନ୍ତ୍ରଣ । ଅବାଧ ଗାଡି ଚଳାଚଳକୁ ରୋକିବା ଅବା ବେଲଗାମ ଚାଳକଙ୍କୁ ଧରିବା । କୋରୋନା ନମୁନା ସଂଗ୍ରହ ଅଥବା ସଂକ୍ରମିତ ଅଞ୍ଚଳରେ ସୁରକ୍ଷା । ସବୁ କାମରେ ପୋଲିସ ଆଗୁଆ । ସେଥିପାଇଁ ତ ତାଙ୍କୁ କୁହାଯାଇଛି କୋରୋନା ଯୋଦ୍ଧା ।

ଜନତାଙ୍କ ସୁରକ୍ଷାରେ ଥିବା ଯୋଦ୍ଧାଙ୍କୁ ସୁରକ୍ଷିତ ରଖିବାକୁ ଦାବି

ମହାମାରୀ ବିରୋଧୀ ଯୁଦ୍ଧରେ ସେମାନେ ସାଜିଛନ୍ତି ସେନାପତି । ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ କରୁଛନ୍ତି ରକ୍ଷା । ହେଲେ ସେମାନଙ୍କ ସ୍ବାସ୍ଥ୍ୟ କଥା କିଏ ଚିନ୍ତା କରୁଛି । 24 ଘଣ୍ଟା ପହରା ଦେଉଥିବା ପୋଲିସଙ୍କ ସ୍ବାବ ଟେଷ୍ଟ ନିହାତି ଜରୁରୀ । ଏମାନେ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବାର ରହିଛି ଅନେକ ସମ୍ଭାବନା । ଯାହାକୁ ନେଇ ଯାଜପୁରରେ ବୁଦ୍ଧିଜୀବୀମାନେ ପୋଲିସଙ୍କ ସୁରକ୍ଷାର କରିଛନ୍ତି ଦାବି ।

ଜିଲ୍ଲାର ଯାଜପୁର, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର ଏବଂ କୋରାଇ ବ୍ଳକ ଏବେ କୋରୋନା କବଳରେ ରହିଛି । ପ୍ରତ୍ୟେକ ଦିନ ରୋଗୀ ସଂଖ୍ୟା ବଢି ବଢି ୫୫ରେ ପହଞ୍ଚିଲାଣି । ଦାନଗଦି, ସୁକିନ୍ଦା, ଧର୍ମଶାଳା ଓ ବଡଚଣା ବ୍ଳକ ସମେତ ବ୍ୟାସନଗର ଏବଂ ଯାଜପୁର ପୌରାଞ୍ଚଳରେ କୋରୋନା ରୋଗୀ ଚିହ୍ନଟ ହେବା ସହ ସବୁଆଡେ ସନ୍ଦିଗ୍ଧଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଉଛି । କୋରୋନା ଆକ୍ରନ୍ତଙ୍କ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଥିବାରୁ ସେହି ଅଞ୍ଚଳରେ ୨୪ ଘଣ୍ଟିଆ ପହରା ଦେଉଛନ୍ତି ପୋଲିସ ।

ଏହି ପରିପ୍ରେକ୍ଷୀରେ ପୋଲିସଙ୍କୁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଯୋଗାଇବାକୁ ଲୋକେ କରିଛନ୍ତି ନିବେଦନ । ସବୁବେଳେ ରେଡ ଜୋନରେ କାମ କରୁଛନ୍ତି ପୋଲିସ । ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବା ସହ ତଲାସୀ ମଧ୍ୟ କରୁଛନ୍ତି । କଣ୍ଟେନମେଣ୍ଟ ଜୋନରେ ସବୁବେଳେ ଦେଉଛନ୍ତି ପହରା । ଫଳରେ ସେମାନଙ୍କୁ ଅଧିକ ସଂକ୍ରମଣର ରହିଛି ଡର । ସେମାନଙ୍କ ପରିବାରବର୍ଗଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଲୋକେ । ସେପଟେ ପୋଲିସଙ୍କୁ ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବାର ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details