ଓଡିଶା

odisha

By

Published : Nov 1, 2019, 2:21 PM IST

ETV Bharat / state

ଗାଁ ଛାଡି ପଳାଇବେ ସ୍ମିତାରାଣୀଙ୍କ ପରିବାର !

ହରିଦାସପୁର ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାଟବଣା ଅଭିଯୋଗ । ମାମଲ‍ାର ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ମିତାଙ୍କ ସ୍ବାମୀ । ଅପରପକ୍ଷେ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଘର ଛାଡି ପଳାଇବେ ବୋଲି କହିଛନ୍ତି ସ୍ମିତାଙ୍କ ବାପା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ବହୁଚର୍ଚ୍ଚିତ ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାଟବଣା ହେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ସ୍ମିତାଙ୍କ ସ୍ବାମୀ ସଦାନନ୍ଦ ବିଶ୍ବାଳ । ଘଟଣାର ତଦନ୍ତ ବାଟବଣା ହେଉଥିବାବେଳେ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ମାମଲ‍ା ହସ୍ତାନ୍ତର କରିବାକୁ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଘର ଛାଡି ପଳାଇବେ ବୋଲି କହିଛନ୍ତି ସ୍ମିତାଙ୍କ ବାପା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନାଯୋଗ୍ୟ, ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ଶୁକ୍ରବାର ଧର୍ମଶାଳା ଗସ୍ତରେ ଆସୁଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ନେତୃତ୍ବରେ ପ୍ରତିନିଧି ଦଳ ହରିଦାସପୁର ଗସ୍ତ କରି ସ୍ମିତାରାଣୀଙ୍କ ପରିବାରକୁ ଭେଟିବା ସହ ମାମଲାର ସ୍ଥିତି ପରିଖିବା ନେଇ ସୂଚନା ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details