ଓଡିଶା

odisha

By

Published : Oct 21, 2019, 10:18 AM IST

Updated : Oct 21, 2019, 6:49 PM IST

ETV Bharat / state

ସ୍ମିତାରାଣୀ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିରେ 12 ଘଣ୍ଟିଆ ଯାଜପୁର ବନ୍ଦ

ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରି ବିଜେପି ପକ୍ଷରୁ 12 ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର 10ଟି ବ୍ଲକ ଓ 2ଟି ମୁନିସିପାଲିଟିରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଧର୍ମଶାଳା ହରିଦାସପୁର ଭିଏଲଡବଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଜଳୁଛି ଯାଜପୁର । ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ସୋମବାର ବିଜେପି ପକ୍ଷରୁ 12 ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଜେପି ନେତାଙ୍କ ନେତୃତ୍ବରେ ଦିଆଯାଇଥିବା ଏହି ବନ୍ଦ ପାଳନରେ ଶତାଧିକ କର୍ମୀ ସାମିଲ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ବ୍ୟାଙ୍କ୍ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ବିଜେପି କର୍ମୀଙ୍କ ଦ୍ବାରା ବନ୍ଦ କରାଯାଉଛି । ସକାଳ 6ଟାରୁ ପିକେଟିଂ କରି ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ ଅବରୋଧ କରିଛନ୍ତି । ଯଦ୍ବାରା ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡି ଅଟକି ରହିବା ସହ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ଯାଜପୁର ଜିଲ୍ଲାର 10ଟି ବ୍ଲକ ଓ 2ଟି ମୁନିସିପାଲିଟିରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆଇନ ଶୃଙ୍ଗଳାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Oct 21, 2019, 6:49 PM IST

ABOUT THE AUTHOR

...view details