ଓଡିଶା

odisha

ETV Bharat / state

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା: ଏସପିଙ୍କ ନାଁରେ ଫୌଜଦାରୀ ମାମଲା - ଥାନା ଘେରାଉ କରିଛି ବିଜେପି

ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା ଦିନକୁ ଦିନ ଘନେଇବାରେ ଲାଗିଛି । ସିବିଆଇ ତଦନ୍ତ ଏବଂ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାର ବିଭିନ୍ନ ଥାନା ଘେରାଉ କରିଛି ବିଜେପି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

By

Published : Oct 26, 2019, 3:09 PM IST

ଯାଜପୁର: ଥମିବାର ନାଁ ଧରୁନି ଜିଲ୍ଲାର ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଏବଂ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାର ବିଭିନ୍ନ ଥାନା ଘେରାଉ କରିଛି ବିଜେପି । ଘଟଣାରେ ଏସପିଙ୍କ ବିବୃତ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଏସପିଙ୍କ ନାଁରେ ବିଭିନ୍ନ ଥାନାରେ ଫୌଜଦାରୀ ମାମଲା ରୁଜୁ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି । ଥାନା ଗୁଡିକରେ ଏସପିଙ୍କ ବିରୋଧରେ ଏତଲା ଦିଆଯାଇଛି । ଯାଜପୁର, ମଙ୍ଗଳପୁର ଥାନାରେ ଗୌତମ ରାୟ, କୋରେଇ, ପାଣିକୋଇଲି, ଯାଜପୁର ରୋଡ ଥାନାରେ ବିଶ୍ବଜିତ୍ ନାୟକ, ବଡଚଣା,ବାଲିଚନ୍ଦ୍ରପୁର ଥାନାରେ ଅମର ନାୟକ, ଧର୍ମଶାଳାରେ ତୁଷାର ପରିଡା, ବିଞ୍ଝାରପୁରରେ ବବିତା ମଲ୍ଲିକ, ସୁକିନ୍ଦା, କାଳିଆପାଣି, ଟମକା, କଳିଙ୍ଗନଗର ଥାନାରେ ପ୍ରଦୀପ ବଳସାମନ୍ତ, ବରୀରେ ବିଶ୍ବରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଏତଲା ଦିଆଯାଇଛି।

ସେପଟେ ଗତକାଲି ଏହି ଘଟଣାରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ରୁପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ଧର୍ମଶାଳା ତହସିଲଦାରଙ୍କ ଦ୍ବାରା ସିଲ୍ କରାଯିବା ସହ 144ଧାରା ଜାରି କରାଯାଇଛି ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details