ଓଡିଶା

odisha

By

Published : Apr 3, 2020, 8:57 PM IST

ETV Bharat / state

ରୋଗୀ ନୁହେଁ, ଆମ୍ବୁଲାନ୍ସରେ ଯାଉଛନ୍ତି ଯାତ୍ରୀ; ଡ୍ରାଇଭର ଗିରଫ

ଲକଡାଉନ ଗାଇଟ ଲାଇନକୁ ବେଖାତିର । ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାଉଛନ୍ତି ଯାତ୍ରୀ । ଆମ୍ବୁଲାନ୍ସ ଡ୍ରାଇଭର ଗିରଫ ପରେ କୋର୍ଟ ଚାଲଣ । ଅଧିକ ପଢନ୍ତୁ.....

passengers are going in ambulance due to lock lockdown
ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାଉଛନ୍ତି ଯାତ୍ରୀ

ଯାଜପୁର :ଲକଡାଉନ ଜାରି ରହିଥିବା ବେଳେ ଆମ୍ବୁଲାନ୍ସ ଜରିଆରେ ଯାତ୍ରୀ ପାର କରାଯାଉଥିବା ଅଭିଯୋଗ ଲୋକଲୋଚନକୁ ଆସିଛି । ରୋଗୀ ବଦଳରେ ଶ୍ରମିକଙ୍କୁ ଭଡାରେ ନେଉଥିଲେ ଆମ୍ବୁଲାନ୍ସ ଡ୍ରାଇଭର । ଏଭଳି ପୃଥକ୍ ପୃଥକ୍ ଦୁଇଟି ଘଟଣାରେ ଦୁଇଗୋଟି ଆମ୍ବୁଲାନ୍ସକୁ ଜବତ କରିଛି ଯାଜପୁର ଜିଲ୍ଲାର ଧର୍ମଶାଳା ପୋଲିସ । ଗୁରୁବାର ବିଳମ୍ବ ରାତିରେ କଟକରୁ ଏକ ଆମ୍ବୁଲାନ୍ସ ୧୬ ଜଣ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳକୁ ଯିବା ସମୟରେ ଧର୍ମଶାଳାର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଆହତମାନଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଲା । ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ କଟକ ସ୍ଥାନାନ୍ତର ହୋଇଥିବା ବେଳେ ୧୨ଜଣ ଶ୍ରମିକଙ୍କୁ ଜାରକା ସ୍କୁଲରେ ଥିବା ଆଶ୍ରୟ କେନ୍ଦ୍ରରେ ରଖାଯାଇଛି । ଏହି ଶ୍ରମିକମାନଙ୍କୁ ୪୩ ହଜାର ଟଙ୍କାରେ ଭଡା ସୂତ୍ରରେ ନେଇ ଛାଡିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ରାଜି ହୋଇଥିଲେ ।

ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାଉଛନ୍ତି ଯାତ୍ରୀ

ସେହିପରି ଅନ୍ୟ ଏକ ଘଟଣାରେ ପୋଲିସ ଗାଡି ଗୁଡିକ ଯାଞ୍ଚ୍ କରିବା ସମୟରେ ଧରାପଡିଥିଲା ଆଉ ଏକ ଆମ୍ବୁଲାନ୍ସ । ଏକ ଆମ୍ବୁଲାନ୍ସ ୪ଜଣ ଲୋକଙ୍କୁ ନେଇ ଭଦ୍ରକରୁ ଫେରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲା । ଉଭୟ ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଦୁଇଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହା ଜଣାପଡିବା ପରେ ପୋଲିସ୍ ପକ୍ଷରୁ ଜାତୀୟ ରାଜପଥରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details