ଯାଜପୁର: ଘରୋଇ ବିଦ୍ୟାଳୟ ଗୁଡିକ ଟ୍ୟୁସନ ଫି ଆଦାୟ ନେଇ ହାଇକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବା ଦାବିରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଘରୋଇ ସ୍କୁଲ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଅଭିଭାବକ ମହାସଂଘ - jajpur district parents association
ଘରୋଇ ବିଦ୍ୟାଳୟ ଗୁଡିକ ଟ୍ୟୁସନ ପିଂ ଛାଡ ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି ଘରୋଇ ସ୍କୁଲ କର୍ତ୍ତୃପକ୍ଷ । ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଜିଲ୍ଲା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ...
କୋରୋନା କାଳରେ ସ୍କୁଲ ଗୁଡିକ ବନ୍ଦ ରହିଥିବାବେଳେ ଟ୍ୟୁସନ ଫି ଆଦାୟ ଛାଡ ନେଇ ଅଭିଭାବକ ସଂଘ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ଟ୍ୟୁସନ ଫି’ର ୧୫ ପ୍ରତିଶତ ଛାଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ନ୍ୟାୟାଳୟଙ୍କ ଏହି ରାୟକୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ପାଳନ କରିବାକୁ ନାରାଜ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଯାଜପୁର ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି । କୋର୍ଟରୁ ମିଳିଥିବା ଆଦେଶ ଉପରେ ତର୍ଜମା ପରେ ନିଷ୍ପତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ