ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ କୋରୋନା(Padma Shri Nanda Kishor prusti) । ଅସୁସ୍ଥ ହୋଇ ଗତକାଲି(ସୋମବାର) ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଆଜି ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।
ସୂଚନା ଅନୁଯାୟୀ ଗତକାଲି ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ହେଡକ୍ବାଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ କୋଭିଡ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି । ନନ୍ଦ ସାରଙ୍କ ଅବସ୍ଥା ଗୁରୁତ୍ବପୂର୍ଣ୍ଣ ରହିଛି, ତାଙ୍କ ଶରୀରରେ ଅକ୍ସିଜେନ ମଧ୍ୟ ଲାଗିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ:-Padmashri Nanda Sir:ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ମେଡିକାଲରେ ଭର୍ତ୍ତି