ଓଡିଶା

odisha

ETV Bharat / state

ଅକରାପଡା ଗାଁରେ ଧାନ ସଂଗ୍ରହ କଲେ ଏସଏଚଜି ଗ୍ରୁପ - ଧାନ ମଣ୍ଡି ଉଦଘାଟିତ

ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅକରାପଡା ଗାଁରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ପ୍ରଥମ ଥର ପାଇଁ ଧାନସଂଗ୍ରହର ଦାୟିତ୍ବ ମହିଳା ସ୍ବୟଂ ସହାୟକ ମାନଙ୍କୁ ଦାୟିତ୍ବ ଦିଆଯାଇଥିବାରୁ ସେମାନେ ଖୁସିବ୍ୟକ୍ତ କରିଛନ୍ତି । ଅଧିକ ଖବର ପଢନ୍ତୁ...

ଅକରାପଡା ଗାଁରେ ଧାନ ସଂଗ୍ରହ କଲେ ଏସଏଚଜି ଗ୍ରୁପ
ଅକରାପଡା ଗାଁରେ ଧାନ ସଂଗ୍ରହ କଲେ ଏସଏଚଜି ଗ୍ରୁପ

By

Published : Jan 7, 2020, 11:14 PM IST

ଯାଜପୁର: ଜିଲ୍ଲାର ଦଶରଥପୁର ବ୍ଲକ ଅକରାପଡା ଗାଁରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ନାଗେଶ୍ବରୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ମିଶନ ଶକ୍ତି ପ୍ରକଳ୍ପ ସଂଯୋଜିକା ସେଫାଳି ସ୍ବାଗତିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଅକରାପଡା ଗାଁରେ ଧାନ ସଂଗ୍ରହ କଲେ ଏସଏଚଜି ଗ୍ରୁପ

ଜିଲ୍ଲାର ପ୍ରଥମ ଥର ପାଇଁ ନାଗେଶ୍ବରୀ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏହି ଧାନ ସଂଗ୍ରହର ଦାୟିତ୍ବ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୧ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହେବାର ଲକ୍ଷ୍ୟ ରହିଥିବା ବେଳେ ଆଗକୁ ଏହା ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ପ୍ରଥମ ଥର ପାଇଁ ଧାନସଂଗ୍ରହର ଦାୟିତ୍ବ ମହିଳା ସ୍ବୟଂ ସହାୟକ ମାନଙ୍କୁ ଦାୟିତ୍ବ ଦିଆଯାଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details