ଯାଜପୁର : ଯାଜପୁର ଜିଲ୍ଲା ଶଙ୍ଖଚିଲ ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି ସୁନ୍ଦର ବଳଦ ପ୍ରତିଯୋଗିତା । ମାଆ ଦୁର୍ଗା କମିଟି ପକ୍ଷରୁ ଏହି ପ୍ରତିଯୋଗିତା ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ମାଆ ଦୁର୍ଗାଙ୍କ ଦଶମୀ ଦିନରେ ଶଙ୍ଖଚିଲ ଗାଁରେ ଏହି ବଳଦ ପ୍ରତିଯୋଗିତା କରାଯାଇଥାଏ । ତେବେ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ହେବ ଏହି ପ୍ରତିଯୋଗିତା ବନ୍ଦ ଥିଲା ।
ଚଳିତ ବର୍ଷ କରୋନା କଟକଣା କୋହଳ ହେବାରୁ ଏହି ପ୍ରତିଯୋଗିତା କରାଯାଇଛି । ପ୍ରତିଯୋଗିତାରେ ଆଖପାଖର 12ଟି ବଳଦ ଭାଗ ନେଇଥିଲେ l ଏହି ପରମ୍ପରା ଗତ ୫୫ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ବିଭିନ୍ନ ଗାଁ ଗାଁ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସ୍ଥାନୀୟ ଦୂର୍ଗାପୂଜା କମିଟି ଆୟୋଜନ କରିଆସୁଛି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହାକୁ ଦେଖିବାକୁ ଜିଲ୍ଳା ତଥା ଜିଲ୍ଳା ବାହାରୁ ଦର୍ଶକଙ୍କ ଭିଡ ଜମିଥିଲା ।