ଯାଜପୁର : ସାପଗଡିରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବ୍ୟାସନଗର ନବଉତ୍କଳ ମହିଳା ସମିତି ଓ ଭାରତ ଅଙ୍ଗଦାନ ସୁରକ୍ଷା ସମିତି ଆନୁକୂଲ୍ୟରେ ବ୍ୟାସନଗର ସ୍ଥିତ ସାପଗଡିଆ କାର୍ଯ୍ୟଳୟରେ ଅଙ୍ଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ନବ ଉତ୍କଳ ମହିଳା ସମିତିର ସମ୍ପାଦିକା ଜୟନ୍ତୀ ଜେନାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ସାପଗଡିରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ - ଉତ୍କଳ ମହିଳା ସମିତିର ସମ୍ପାଦିକା ଜୟନ୍ତୀ ଜେନା
ସାପଗଡିରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ନବଉତ୍କଳ ମହିଳା ସମିତି ଓ ଭାରତ ଅଙ୍ଗ ସୁରକ୍ଷା ସମିତି ଆନୁକୂଲ୍ୟରେ ବ୍ୟାସନଗର ସ୍ଥିତ ସାପଗଡି କାର୍ଯ୍ୟଳୟରେ ଅଙ୍ଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢନ୍ତୁ
ସାପଗଡି କାର୍ଯ୍ୟଳୟରେ ଅଙ୍ଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସାପଗଡି କାର୍ଯ୍ୟଳୟରେ ଅଙ୍ଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ଶରୀର ଅଙ୍ଗଦାନ ସମିତିର ଅଧକ୍ଷ ଡ଼ଃ ପ୍ରଭାସ ଆଚାର୍ଯ୍ୟ,ବରିଷ୍ଠ ସମ୍ବାଦିକ ଚିନ୍ତାମଣି ପାଢ଼ୀ ଯୋଗଦେଇ ଅଙ୍ଗଦାନ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ୮୦ ଜଣ ମହିଳା ସମାଜ କ୍ଷେତ୍ରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ନିଜ ଶରୀର ର ଅଙ୍ଗଦାନ ନିମନ୍ତେ ସ୍ବୀକୃତି ପ୍ରଦାନ କରିଛନ୍ତି l ଅନ୍ୟପଟେ ଏହି ସଚେତନତା କାର୍ଯ୍ୟକ୍ରମରେ ନବ ଉତ୍କଳ ମହିଳା ସମିତିର ସମସ୍ତ ସଭ୍ୟା,ବ୍ୟାସନଗର ଅଞ୍ଚଳର ଅନେକ ମହିଳା ଓ ବୃଦ୍ଧିଜୀବୀ ଯୋଗ ଦେଇଥିଲେ l
ଇଟିଭି ଭାରତ, ଯାଜପୁର