ଯାଜପୁର: ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଭିନ୍ନ ଦଳିତ ସଂଗଠନ କେନ୍ଦ୍ରସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦କୁ ସଂଶୋଧନ ପ୍ରସ୍ତାବ ପ୍ରତିବାଦରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି ।
ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ସଂଶୋଧନ ପ୍ରସ୍ତାବକୁ ବିରୋଧ - ଜଙ୍ଗଲ ସଂରକ୍ଷଣ ଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ
ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ର ସଂଶୋଧନ ପ୍ରସ୍ତାବ ପ୍ରତିବାଦରେ ବିକ୍ଷୋଭ କରାଯାଇଛି । ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଦଳିତ ସଂଗଠନ ପ୍ରବାଦ କରିଛି । ଅଧିକ ପଢନ୍ତୁ
ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ସଂଶୋଧନ ପ୍ରସ୍ତାବକୁ ବିରୋଧ
ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ସଂଶୋଧନ ପ୍ରସ୍ତାବକୁ ବିରୋଧ
ଏହି ଆଇନ ସଂଶୋଧନ ହେଲେ ଦଳିତ ଓ ଆଦିବାସୀ ମାନେ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଯୋଗ ପୂର୍ବରୁ ହୋଇଆସୁଛି । ତେଣୁ, ଏହାର ତୁରନ୍ତ ସଂଶୋଧନକୁ ବନ୍ଦ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ ଦଳିତ ସଂଗଠନ । ବିଭିନ୍ନ ସଂଗଠନ ପକ୍ଷରୁ ଅନୁଷ୍ଠିତ ମିଳିତ ପ୍ରତିବାଦରେ ଏକ ଶୋଭାଯାତ୍ରା କିଆନାଳି ଛକରୁ ବାହାରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ