ଓଡିଶା

odisha

ETV Bharat / state

ଏକତରଫା ପ୍ରେମ: ଛାତ୍ରୀଙ୍କୁ ଜୀବନରୁ ମାରିବାକୁ ଉଦ୍ୟମ - ଏକତରଫା ପ୍ରେମ

ଏକତରଫା ପ୍ରେମର କରୁଣ ପରିଣତି । ସ୍କୁଲ ପରିସରରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jul 18, 2019, 9:52 PM IST

ଯାଜପୁର: ଏକତରଫା ପ୍ରେମର କରୁଣ ପରିଣତି । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁରର ଟମକା ଥାନା ଅଞ୍ଚଳରେ । ସେପଟେ ଅଭିଯୁକ୍ତ ଚନ୍ଦ୍ର ଶେଖର ପଲେଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ଗୁରୁବାର ଛାତ୍ରୀ ଜଣକ ସ୍କୁଲର ଶୌଚାଳୟକୁ ଯାଇଥିଲେ । ହଠାତ୍ ଶୌଚାଳୟ ନିକଟରେ ଛପି ରହିଥିବା ଚନ୍ଦ୍ରଶେଖର ଏକ ତାର ସାହାଯ୍ୟରେ ଗଳା କାଟି ହତ୍ୟା ଉଦ୍ୟମ କରିଥିଲା । ଏନେଇ ଛାତ୍ରୀଙ୍କ ପରିବାରଲୋକେ ଟମକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତେବେ ଚନ୍ଦ୍ର ଶେଖର ଛାତ୍ରୀଙ୍କୁ ଏକତରଫା ଭାବେ ଭଲ ପାଉଥିଲେ । ଏଥିରେ ନାବାଳିକା ଜଣକ ରାଜି ନ ହେବାରୁ ପ୍ରେମରେ ବିଫଳ ହୋଇ ଏଭଳି କାଣ୍ଡ ଭିଆଇ ଥିବା ସ୍ୱୀକାର କରିଛି ଚନ୍ଦ୍ରଶେଖର ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details