ଯାଜପୁର: ପାଣିକୋଇଲି ଥାନା ଟିକର ପୋଲ ନିକଟର ଏକ ସଡକ ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ମୃତ। ପୋଲିସ ପେଟ୍ରୋଲିଂ ଗାଡି ସହ ଟ୍ରକ ଧକ୍କା ଦେବା ଫଳରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଛି ।
ସୂଚନା ଅନୁଯାୟୀ ଗତକାଲି(ଶୁକ୍ରବାର) ରାତି ୯ଟାରେ କୁଆଖିଆ ଆଡୁ ଏକ ଖାଲି ଟ୍ରକ ପାଣିକୋଇଲି ଆଡେ ଆସୁଥିଲା । ଏହି ସମୟରେ ଟିକର ପୋଲ ନିକଟରେ ଟ୍ରକଟି ନିଜର ଭାରସାମ୍ୟ ହରାଇ କୁଆଖିଆରୁ ବ୍ରଜନଗର ଦେଇ ଆସୁଥିବା ପୋଲିସ ପେଟ୍ରୋଲିଂ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କୁଆଖିଆ ଥାନା ହୋମଗାର୍ଡ ସତ୍ୟନାରାୟଣ ପଣ୍ଡାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।