ଓଡିଶା

odisha

By

Published : Mar 5, 2021, 4:58 PM IST

Updated : Mar 5, 2021, 8:16 PM IST

ETV Bharat / state

ଜମିବାଡି ବିବାଦ ନେଇ ଭାଇ ଆକ୍ରମଣରେ ଭାଇ ଗୁରୁତର, କଟକ ସ୍ଥାନାନ୍ତର

ଜମିବାଡି ବିବାଦକୁ କେନ୍ଦ୍ର କରି ଯାଜପୁରରେ ଭାଇ-ଭାଇ ମଧ୍ୟରେ ଗଣ୍ଡଗୋଳ । ଜଣେ ଗୁରୁତର । ଅଧିକ ପଢନ୍ତୁ...

ଭାଇର ଆକ୍ରମଣରେ ଭାଇ ଗୁରୁତର, କଟକ ସ୍ଥାନାନ୍ତର
ଭାଇର ଆକ୍ରମଣରେ ଭାଇ ଗୁରୁତର, କଟକ ସ୍ଥାନାନ୍ତର

ଯାଜପୁର: ଜିଲ୍ଲା ସ୍ଥିତ ମାରୁଟିକର ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ଭାଇ-ଭାଇ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଏଥିରେ ଜଣେ ଭାଇଙ୍କ ଆକ୍ରମଣରେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

ଜମିବାଡି ବିବାଦ ନେଇ ଭାଇ ଆକ୍ରମଣରେ ଭାଇ ଗୁରୁତର, କଟକ ସ୍ଥାନାନ୍ତର

ସୂଚନା ଅନୁଯାୟୀ ଆଜି(ଶୁକ୍ରବାର) ସକାଳେ ମାରୁଟିକର ଗାଁର ଦୁଇ ଖିଲାର ପରିବାର ମଧ୍ୟରେ ଜମିବାଡିକୁ ନେଇ ଗଣ୍ଡଗୋଳ ହୋଇଥିଲେ । ଏଥିରେ ବସନ୍ତ ଖିଲାରଙ୍କୁ ତାଙ୍କ ଭାଇ ଆକ୍ରମଣ କରିଥିଲେ । ଆକ୍ରମଣରେ ବସନ୍ତ ଓ ତାଙ୍କ ପୁଅ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଲୋକେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ସେପଟେ ବସନ୍ତଙ୍କ ପୁଅ ପପୁ ଖିଲାର ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସେହିପରି ସରପଞ୍ଚଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବସନ୍ତଙ୍କ ପୁଅ ପପୁ । ସରପଞ୍ଚ ମାମଲାର ସମାଧାନ ନ କରି ଅଧିକ ଝଗଡା ଲଗାଇ ଦେଇଛନ୍ତି । ତମେ ବିଜେପିର ହୋଇଯାଇଛ ମୁଁ ତମ କଥା କିଛି ଶୁଣିବିନି, ମୁଁ ପ୍ରଥମେ ବିଜେଡି ଲୋକଙ୍କ କଥା ଶୁଣିବି ବୋଲି ସରପଞ୍ଚ କହିଥିବା ଅଭିଯୋଗ କରିଛନ୍ତି ପପୁ ।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 5, 2021, 8:16 PM IST

ABOUT THE AUTHOR

...view details