ଓଡିଶା

odisha

By

Published : Jun 29, 2020, 5:02 PM IST

ETV Bharat / state

ଯାଜପୁରରେ ବରିଷ୍ଠ ଅଧିକାରୀଙ୍କୁ କୋରୋନା, ସରକାରୀ କାର୍ଯ୍ୟାଳରେ ପ୍ରବେଶ ମନା

ଯାଜପୁର ଜିଲ୍ଲାରେ ଗତ 48 ଘଣ୍ଟା ମଧ୍ୟରେ 81 ଜଣ ପଜିଟିଭି ଚିହ୍ନଟ ସହ ଜଣେ ବରିଷ୍ଠ ସରକାରୀ ଅଧିକାରୀ ପଜିଟିଭ ଚିହ୍ନଟ । ଏନେଇ ଜୁଲାଇ 8 ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲୋକଙ୍କ ପ୍ରବେଶ ଉପରେ ବାରଣ । ଅଧିକ ପଢନ୍ତୁ...

ଯାଜପୁରରେ ବରିଷ୍ଠ ଅଧିକାରୀଙ୍କୁ କୋରୋନା, ସରକାରୀ କାର୍ଯ୍ୟାଳରେ ପ୍ରବେଶ ମନା
ଯାଜପୁରରେ ବରିଷ୍ଠ ଅଧିକାରୀଙ୍କୁ କୋରୋନା, ସରକାରୀ କାର୍ଯ୍ୟାଳରେ ପ୍ରବେଶ ମନା

ଯାଜପୁର: ରାଜ୍ୟରେ ଥମୁନାହିଁ ମହାମାରୀ କୋରୋନାର ସଂକ୍ରମଣ । ଯାଜପୁର ଜିଲ୍ଲାରେ ଗତ 48 ଘଣ୍ଟା ମଧ୍ୟରେ 81 ଜଣ ପଜିଟିଭି ଚିହ୍ନଟ ହୋଇସାରିଲେଣି । ଏପରିସ୍ଥିତିରେ ଜଣେ ସରକାରୀ ଅଧିକାରୀ କୋଭିତ ପଜେଟିଭ ଚିହ୍ନଟ ହେବା ପରେ ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଦେଇଛି ।

ଯାଜପୁରରେ ବରିଷ୍ଠ ଅଧିକାରୀଙ୍କୁ କୋରୋନା, ସରକାରୀ କାର୍ଯ୍ୟାଳରେ ପ୍ରବେଶ ମନା

ବରିଷ୍ଠ ଅଧିକାରୀ କୋରୋନାରେ ଆକ୍ରାନ୍ତ ହେବା ପରେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସୋମବାର ଠାରୁ ଆସନ୍ତା ଜୁଲାଇ 8 ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ନେଇ ବାରଣ କରାଯାଇଛି । ଅତି ଜରୁରୀ କାର୍ଯ୍ୟ ଥିଲେ ସମ୍ପୃକ୍ତ କାର୍ଯ୍ୟାଳୟର ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।

ସୋମବାର ରାଜ୍ୟରେ ଆଉ 245 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଜାଜପୁରର ଜିଲ୍ଲାରେ 40 ପଜିଟିଭ ରହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details