ଓଡିଶା

odisha

ETV Bharat / state

ପୁରୁଣା ବାଇକ ଶୋ’ରୁମର ନୂଆ ଠିକଣା ‘ଜାରକା ବଜାର’ - jajpur

ଯାଜପୁରର ଜାରକା ବଜାରରେ ଖୋଲିଛି ଅନେକ ଗୁଡିଏ ପୁରୁଣା ବାଇକ୍ ଶୋ’ରୁମ୍ । ଯେଉଁଠି ବିକ୍ରି ହେଉଛି ବିଭିନ୍ନ କମ୍ପାନୀର ଏବଂ ଭିନ୍ନ ଭିନ୍ନ ମଡେଲର ପୁରୁଣା ବାଇକ୍ ସବୁ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

By

Published : May 16, 2019, 11:21 PM IST

Updated : May 18, 2019, 11:44 AM IST

ଯାଜପୁର: ମନ ଥିଲେ ବି ଧନ ଅଭାବରୁ ଅନେକ କଥା ସାଧାରଣ ମଣିଷ ପାଇଁ ସମ୍ଭବପର ହୋଇନଥାଏ । ଅଭାବୀ ଲୋକଟିଏ ନୂଆ ବାଇକ୍ ଚଢିବାକୁ ଇଚ୍ଛା କରିଥିଲେ ବି ଅର୍ଥାଭାବ ଯୋଗୁଁ ତାହା କିଣି ପାରିନଥାଏ । ଫଳରେ ସାଧାରଣ ଭାବେ ଯାତାୟାତ କରିବା ପାଇଁ ତାକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯାହାକୁ ଲକ୍ଷ୍ୟ କରି ଯାଜପୁରର ଜାରକା ବଜାରରେ ଖୋଲିଛି ଅନେକ ଗୁଡିଏ ପୁରୁଣା ବାଇକ୍ ଶୋ’ରୁମ୍ । ଯେଉଁଠି ବିକ୍ରି ହେଉଛି ବିଭିନ୍ନ କମ୍ପାନୀର ଏବଂ ଭିନ୍ନ ଭିନ୍ନ ମଡେଲର ପୁରୁଣା ବାଇକ୍ ସବୁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଅର୍ଥ ସର୍ବସ୍ବ ଦୁନିଆରେ ଅଭାବୀ ଲୋକଟିଏ ପାଇଁ ନୂଆ ବାଇକ୍ କିଣି ଚଢିବା ସ୍ବପ୍ନରେ ପରିଣତ ହୋଇଥାଏ । ତେଣୁ ସେ ଖୋଜୁଥାଏ କେଉଁଠୁ ଶସ୍ତା ସୁବିଧାରେ ଏକ ପୁରୁଣା ବାଇକ୍ ମିଳନ୍ତା କି? ଏପରି ସ୍ଥଳେ ଜାରକାରେ ଖୋଲିଥିବା ପୁରୁଣା ବାଇକ୍ ଶୋ’ରୁମରୁ ଉପଲବ୍ଧ ହୋଇଥାଏ ବିଭିନ୍ନ ପ୍ରକାରର ପୁରୁଣା ବାଇକ୍ । ଯାହା କ୍ରୟ କରି ଅଭାବୀ ଲୋକଟିଏ ବାଇକ୍ ଚଢିବାର ସୁଯୋଗ ପାଇଥାଏ ଏବଂ ତାର ଯାତାୟାତ ଜନିତ ଅସୁବିଧା ଦୂର ହୋଇଥାଏ ।

ସାଧାରଣ ଲୋକ ଗୋଟିଏ ନୂଆ ବାଇକ୍ କିଛିଦିନ ଚଢିବା ପରେ ଅନ୍ୟ ଏକ ନୂଆ ବାଇକ୍ ଚଢିବାକୁ ପସନ୍ଦ କରିଥାନ୍ତି । ତେଣୁ ସେମାନେ ତାକୁ ଶସ୍ତାରେ ବିକ୍ରି କରିଦେଇଥାନ୍ତି । ପୁରୁଣା ବାଇକ ସୋରୁମ୍ ର କର୍ମଚାରୀ ବା ମାଲିକ ସେହି ଗାଡି ଗୁଡିକୁ ସଂଗ୍ରହ କରି ଗ୍ୟାରେଜରେ ଭଲ ଭାବେ ସଜାଡି ନୂଆ ରଙ୍ଗ ଚଢାଇ ଟିପଟପ୍ କରିଥାନ୍ତି । ଆଉ ତା ପରେ ସେଗୁଡିକୁ ପୁରୁଣା ବାଇକ୍ ସୋରୁମରେ ରଖି ନିର୍ଦ୍ଧାରିତ ସୁଲଭ ଦାମରେ ବିକ୍ରି କରିଥାନ୍ତି । ନୂଆ ବାଇକ୍ ଆଉ ଏହି ପୁରୁଣା ବାଇକ୍ ମଧ୍ୟରେ ଯେମିତି କିଛି ପ୍ରଭେଦ ଥିବା ପରି ମନେ ହୁଏନାହିଁ । ଗ୍ରାହକ ଟିଏ ଏଠାକୁ ଆସି ନିଜ ମନପସନ୍ଦର ଗାଡିଟିଏ ପସନ୍ଦ କରିଥାଏ ଏବଂ ଏହାକୁ ତନଖିବା ପରେ ହିଁ କିଣିବା ପାଇଁ ମନ ବଳାଇଥାଏ । ଏହା ପରେ ଆଇନସମ୍ମତ ଭାବେ ସଠିକ୍ କାଗଜପତ୍ର କରି ଗାଡି କ୍ରୟ କରିନେଇଥାଏ ।

ଜାରକା ବଜାରରେ ଗୋଟିଏ ନୁହେଁ କି ଦୁଇଟା ନୁହେଁ ଖୋଲିଛି ଏହି ଭଳି 10ରୁ ଉର୍ଦ୍ଧ ପୁରୁଣା ବାଇକ୍ ସୋରୁମ୍ । କେବଳ ଆଖପାଖରୁ ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକ ଏଠାକୁ ଆସି ଏହି ବାଇକ୍ କ୍ରୟ କରୁଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : May 18, 2019, 11:44 AM IST

ABOUT THE AUTHOR

...view details