ଓଡିଶା

odisha

ETV Bharat / state

ପିହୁ ନିଖୋଜ ମାମଲା: ପରିବାରକୁ ଭେଟିଲେ OSCPCR ଆୟୋଗ ଅଧ୍ୟକ୍ଷା - ପିହୁ ପରିବାରକୁ ଭେଟିଲେ ସନ୍ଧ୍ୟାବତୀ ପ୍ରଧାନ

ଯାଜପୁର ଜିଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାର ୪ ମାସ ପରେ ପିହୁଙ୍କ ପରିବାରକୁ ଭେଟିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଅଧିକ ପଢନ୍ତୁ...

ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ
ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ

By

Published : Dec 16, 2020, 5:41 PM IST

Updated : Dec 16, 2020, 8:13 PM IST

ଯାଜପୁର: ଯାଜପୁର ଜିଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାର ୪ ମାସ ପରେ ପିହୁଙ୍କ ପରିବାରକୁ ଭେଟିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ସେ ପିହୁଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆବଶ୍ୟକତା ପଡିଲେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ।ସନ୍ଧ୍ୟାବତୀ ପ୍ରଥମେ ଯାଜପୁରରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷା ସଂପର୍କରେ ଆଲୋଚନା କରିଥିଲେ ।

ପିହୁ ନିଖୋଜ ମାମଲା: ପରିବାରକୁ ଭେଟିଲେ OSCPCR ଆୟୋଗ ଅଧ୍ୟକ୍ଷା

ସେପଟେ ପିହୁ ନିଖୋଜ ସଂପର୍କରେ ଆଜି ପର୍ଯ୍ୟନ୍ତ ପୋଲିସ କୌଣସି ସୁରାକ ନ ପାଇବା ନେଇ ଧିରେ ଧିରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି (ବୁଧବାର) ପିହୁର ମା’ ପୋଲିସ ଉପରେ ଭରସା ନାହିଁ, ସେଥିପାଇଁ ଏହାର ତଦନ୍ତ କ୍ରାଇମ ବ୍ରାଞ୍ଚ କିମ୍ବା ସିବିଆଇ ଦ୍ୱାରା କରିବାକୁ ସେ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଂଜନ ଓଝା, ଇଟିଭି ଭାରତ

Last Updated : Dec 16, 2020, 8:13 PM IST

ABOUT THE AUTHOR

...view details