ଓଡିଶା

odisha

ETV Bharat / state

ସନ୍ଦିଗ୍ଧଙ୍କୁ ଅଟକ ମାମଲା, ଥାନା ବାବୁଙ୍କ ନାଁରେ ରୁଜୁ ହେଲା ଏତଲା - ସନ୍ଦିଗ୍ଧଙ୍କୁ ଅଟକ ମାମଲା

ଏକ ଟ୍ରାକ୍ଟର ଚୋରି ମାମଲାରେ କୋରେଇ ଥାନା ଅଞ୍ଚଳର ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖିବା ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ଏବେ ପୁଲିସ୍‌କୁ ମହଙ୍ଗା ପଡିଛି । ଏକ କାର୍ଯ୍ୟରତ ପୋଲିସ ନାଁରେ ମାମଲା ରୁଜୁ କରିଛି ପୋଲିସ । ଅଧିକ ପଢନ୍ତୁ

ଥାନା ବାବୁଙ୍କ ନାଁରେ ରୁଜୁ ହେଲା ଏତଲା
ଟ୍ରାକ୍ଟର ଚୋରି ଘଟଣାରେ ଫସିଲା ପୋଲିସ

By

Published : Oct 1, 2022, 9:06 PM IST

Updated : Oct 1, 2022, 9:22 PM IST

ଯାଜପୁର: ମିଥ୍ୟା ଚୋରୀ ମାମଲାରେ ଫସିଛି ପୋଲିସ୍ । ଏକ ଟ୍ରାକ୍ଟର ଚୋରି ଘଟଣାରେ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ହରଡଘଣାରେ ପଡିଛି ପୋଲିସ୍ । ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଫେରାଦ ହେବା ପରେ ଘଟଣାଟି ଏବେ ଭିନ୍ନ ମୋଡ ନେଇଛି । ଏକ କାର୍ଯ୍ୟରତ ପୋଲିସ ନାଁରେ ମାମଲା ରୁଜୁ କରିଛି ପୋଲିସ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର କୋରାଇ ଥାନାରେ। କୋରେଇ ଥାନାଧିକାରୀଙ୍କ ନାଁରେ ଉକ୍ତ ଥାନାରେ ୧୬ଟି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ଅତିରିକ୍ତ ଏସ୍‌ପି ଏବଂ ଡିଏସ୍‌ପି ମାମଲାର ତଦନ୍ତ ଜାରି ରଖିଛନ୍ତି । ଅଭିଯୋଗ ଓ ସିସିଟିଭି ଫୁଟେଜକୁ ଆଧାର କରି ଜଣେ ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଛନ୍ତି।

ଥାନା ବାବୁଙ୍କ ନାଁରେ ରୁଜୁ ହେଲା ଏତଲା

ଏକ ଟ୍ରାକ୍ଟର ଚୋରି ମାମଲାରେ କୋରେଇ ଥାନା ଅଞ୍ଚଳର ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖିବା ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ଏବେ ପୁଲିସ୍‌କୁ ମହଙ୍ଗା ପଡିଛି । ଏକ ଦଳିତ ମହିଳା ଥାନା ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଘଟଣାକୁ ଚପାଇ ଦେବାକୁ ପୋଲିସ୍ ମସୁଧା କରୁଥିବା ଅଭିଯୋଗ କରିଛନ୍ତି ଦଳିତ ମହିଳା। ଜିଲ୍ଲା ଦଳିତ ସଙ୍ଘର ହସ୍ତକ୍ଷେପ ପରେ ଶେଷରେ ନିଜ ଥାନାରେ ନିଜ ନାଁରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛି ପୋଲିସ । କୋରେଇ ଥାନାଧିକାରୀଙ୍କ ନାଁରେ କୋରେଇ ଥାନାରେ ୧୬ଟି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ଅତିରିକ୍ତ ଏସ୍‌ପି ଏବଂ ଡିଏସ୍‌ପି ମାମଲାର ତଦନ୍ତ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Ankita Murder Case: ପାଟିରେ କପଡ଼ା ଭରି କେନାଲରେ ଫିଙ୍ଗିଥିଲେ ଦୁର୍ବୃତ୍ତ, SITର ଖୁଲାସା

ଘଟଣା ମୁତାବକ, କୋରେଇ ଥାନା ଅନ୍ତର୍ଗତ ବାଢା ମୃତ୍ୟୁଞ୍ଜୟପୁର ଗ୍ରାମର ଟୁନା ପ୍ରତିହାରୀଙ୍କ ଘରୁ ଏକ ଟ୍ରାକ୍ଟର ଚୋରି ହୋଇଥିଲା । ଯାହାକୁ ନେଇ ଟୁନା ପ୍ରତିହାରୀ କୋରେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଏହାର ତଦନ୍ତ ଚଳାଇଥିବା ବେଳେ ବିଳମ୍ବିତ ରାତିରେ କୋରେଇ ଥାନା ଛଞ୍ଚାଣିଆ ଗ୍ରାମର ଦଳିତ ଯୁବକ ବଳରାମ ଜେନାଙ୍କ ଘରେ ପହଞ୍ଚି ବଳରାମଙ୍କୁ ଘରୁ ଉଠାଇନେଇଥିଲେ।

ଏନେଇ ଦଳିତ ମହିଳା ଗୀତାଞ୍ଜଳୀ ଅଭିଯୋଗ କରିଥିଲେ, "ମୋତେ ଟଣାଘୋଷରା ଓ ର୍ଦୁବ୍ୟବହାର କରିବା ସହିତ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହାସହ ଥାନାଧିକାରୀ ବଳରାମ ମହାରଣାକୁ ମାଡପିଟ କରିବା ସହିତ ଥାନାରେ ୫ଦିନ କାଳ ଅଟକ ରଖି ଅକଥନୀୟ ଅତ୍ୟାଚାର ଦେଇଥିଲେ । ଏନେଇ ବଳରାମଙ୍କ ସ୍ତ୍ରୀ ଥାନାରେ ଫେରାଦ ହେବା ସମୟରେ ମୋତେ ମଧ୍ୟ ପୋଲିସ୍ ଦୁର୍ବ୍ୟବ୍ୟହାର କରିଥିଲା ।ଏହାକୁ ନେଇ ମୁଁ କୋରେଇ ଥାନାଧିକାରୀଙ୍କ ନାଁରେ ଏତଲା ଦେଇଥିଲି । କିନ୍ତୁ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।"

ତେବେ ଏନେଇ ବଳରାମଙ୍କ ପରିବାର ଲୋକେ ଦଳିତ ସଂଘର ହସ୍ତକ୍ଷେପକ୍ରମେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିଏସ୍‌ପି ପ୍ରମୋଦ କୁମାର ମଲ୍ଲିକ, ଅତିରିକ୍ତ ଏସ୍‌ପି ନାରାୟଣ ବାରିକ ଏବଂ ଏସ୍‌ଡିପିଓ ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ କୋରେଇ ଥାନାରେ ଏବଂ ସମ୍ପୃକ୍ତ ମହିଳାଙ୍କ ଘରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି । କୋରେଇ ଥାନାରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିବା ସହ ପରେ ୩୨୯/୨୨ ରେ ମାମଲା ରୁଜୁ କରାଯାଇଛି । ଏହାସହ ଦଫା ୩୨୩, ୨୯୪, ୩୭୭, ୩୭୬(ଡି), ୩୫୪, ୩୫୪(ଡି), ୩୭୯, ୫୦୫, ୪୪୮, ୪୪, ୩୭୬, ୨୫ ହରିଜନ ଆଦିବାସୀଙ୍କ ଆକ୍ଟ-୩ ଆର୍‌ ଆଦି ୧୬ଟି ଦଫା ଲଗାଇଛି ।

ସେପଟେ ଏଭଳି ଏକ ଘଟଣାକୁ ନେଇ ପୋଲିସର ସପକ୍ଷ ଏବଂ ବିପକ୍ଷରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଏକ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷ ଅନୁଯାଇ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତଦନ୍ତ ପରେ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଉପସ୍ଥାପନ କରାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

Last Updated : Oct 1, 2022, 9:22 PM IST

ABOUT THE AUTHOR

...view details