ଓଡିଶା

odisha

ETV Bharat / state

ନିର୍ମାଣ ଶ୍ରମିିକଙ୍କୁ ସହାୟତା ଦାବିକଲା ଓଡିଶା କନଷ୍ଟ୍ରକ୍‌ସନ ୱାର୍କର୍ସ ୟୁନିଅନ - ନିର୍ମାଣ ଶ୍ରମିିକଙ୍କୁ ୧୫୦୦ ଟଙ୍କା ସହାୟତା

ଜିଲ୍ଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ପ୍ରଦାନ କରିବାକୁ ଓଡିଶା କନଷ୍ଟ୍ରକ୍‌ସନ ୱାର୍କର୍ସ ୟୁନିଅନ ପକ୍ଷରୁ ଦାବି କରାଯାଇଛି । ଅଧିକ ପଢନ୍ତୁ...

ନିର୍ମାଣ ଶ୍ରମିିକଙ୍କୁ ୧୫୦୦ ଟଙ୍କା ସହାୟତା ଦାବିକଲା ଓଡିଶା କନଷ୍ଟ୍ରକ୍‌ସନ ୱାର୍କର୍ସ ୟୁନିଅନ
ନିର୍ମାଣ ଶ୍ରମିିକଙ୍କୁ ୧୫୦୦ ଟଙ୍କା ସହାୟତା ଦାବିକଲା ଓଡିଶା କନଷ୍ଟ୍ରକ୍‌ସନ ୱାର୍କର୍ସ ୟୁନିଅନ

By

Published : Jun 22, 2020, 6:33 PM IST

Updated : Jun 22, 2020, 6:39 PM IST

ଯାଜପୁର: ଜିଲ୍ଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ପ୍ରଦାନ କରିବାକୁ ଓଡିଶା କନଷ୍ଟ୍ରକ୍‌ସନ ୱାର୍କର୍ସ ୟୁନିଅନ ପକ୍ଷରୁ ଦାବି କରାଯାଇଛି । କୋରୋନା ସମୟରେ ଏହି ନିର୍ମାଣ ଶ୍ରମିକମାନେ ନାନା ହଇରାଣ ହରକତ ହୋଇଥିବା ବେଳେ ସହାୟତା ରାଶି ପ୍ରଦାନ ବେଳକୁ ନାନା ପାତରଅନ୍ତର ହେଉଥିବା ଅଭିଯୋଗ ହୋଇଛି । ତେଣୁ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି ।

ନିର୍ମାଣ ଶ୍ରମିିକଙ୍କୁ ୧୫୦୦ ଟଙ୍କା ସହାୟତା ଦାବିକଲା ଓଡିଶା କନଷ୍ଟ୍ରକ୍‌ସନ ୱାର୍କର୍ସ ୟୁନିଅନ

ଆଜି ଏ ନେଇ ୟୁନିଅନ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହିପରି ଆୟକର ଦେଉନଥିବା ପରିବାରଙ୍କୁ ମାସିକ ୭୫୦୦ ହଜାର ଟଙ୍କା ପ୍ରଦାନ, ମୁଣ୍ଡପିଛା ୧୦ କେଜି ଚାଉଳ ପ୍ରଦାନ ସହିତ ମନରେଗା ଶ୍ରମିକଙ୍କୁ ଦୈନିକ ୩୦୦ ଟଙ୍କା ମଜୁରୀ ଦେବାକୁ ଜିଲ୍ଲା ସିପିଆଇଏମ କମିଟି ପକ୍ଷରୁ ଏକ ଦାବିପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jun 22, 2020, 6:39 PM IST

ABOUT THE AUTHOR

...view details