ଓଡିଶା

odisha

Bharat Jodo Yatra: ଯାଜପୁରର କୋରେଇରେ ପହଞ୍ଚିଲା କଂଗ୍ରେସର ପଦଯାତ୍ରା

By

Published : Nov 7, 2022, 2:35 PM IST

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଯାଜପୁରର କୋରେଇରେ ପହଞ୍ଚିଛି । ବିଶାଳ ଶୋଭାଯାତ୍ରା ନେଇ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

odisha congress bharat jodo yatra reached in korei jajpur
Bharat Jodo Odisha Yatra: ଯାଜପୁରର କୋରେଇରେ ପହଞ୍ଚିଲା ପଦଯାତ୍ରା

ଯାଜପୁର: ଓଡିଶା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଯାଜପୁରର ଧର୍ମଶାଳାରୁ ବାହାରି କୋରେଇରେ ପହଞ୍ଚିଛି । ପଦଯାତ୍ରା କୋରେଇ ନିର୍ବାଚନ ମଣ୍ଡଳୀର ପାଣିକୋଇଲିରେ ପହଁଞ୍ଚିବା ପରେ କୋରଇ କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟତର ହେବାକୁ କଂଗ୍ରେସ ଏହି ପ୍ରୟାସ ଜାରି ରଖିଛି ।

ଯାଜପୁରର କୋରେଇରେ ପହଞ୍ଚିଲା ପଦଯାତ୍ରା

ଏହି ପଦଯାତ୍ରାରେ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଆଇଏନଟିୟୁସି ନେତା ରାମଚନ୍ଦ୍ର ଖୁଣ୍ଟିଆ, ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡା, କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ ପ୍ରମୁଖ ସହସ୍ରାଧିକ କର୍ମୀ ସାମିଲ ହୋଇଥିଲେ । ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆଗାମୀ 2024 ସାଧାରଣ ନିର୍ବାଚନରେ ଏହି ପଦଯାତ୍ରାର ପ୍ରତିଫଳନ ହେବ ବୋଲି ପିସିସି ସଭାପତି କହିଛନ୍ତି ।

ଶୋଭାଯାତ୍ରା ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ପିସିସି ସଭାପତି କହିଛନ୍ତି, "ଧାମନଗର ଉପନିର୍ବାଚନରେ କଂଗ୍ରେସର ଅସଫଳତା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ଏହାର ସମୀକ୍ଷା କରାଯିବ । ତେବେ ଆଗାମୀ ନିର୍ବାଚନରେ 9ରୁ 90 ବିଧାନସଭା ଆସନ ହାତେଇବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି ।" ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଆଇଏନଟିୟୁସି ନେତା ରାମଚନ୍ଦ୍ର ଖୁଣ୍ଟିଆ ଏବଂ ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡା ରାହୁଲ ଗାନ୍ଧୀଙ୍କ ଏହି ଭାରତ ଯୋଡ଼ ଡାକରାର ବିଶେଷ ପ୍ରଭାବ ପଡିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଯାଜପୁରରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ ଯାତ୍ରା

ସୂଚନା ଥାଉକି, ଗତ ଅକ୍ଟୋବର ୩୧ ତାରିଖଠାରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ୯୦ ଦିନ ଧରି ଚାଲିବ । ୨୨୫୦ କିଲୋମିଟର ପଦଯାତ୍ରା କରିବେ ପିସିସି ସଭାପତି ଓ ଅନ୍ୟ ନେତା ଓ କର୍ମୀ । ୧୯ଟି ସଂସଦୀୟ କ୍ଷେତ୍ରର ୨୭ଟି ଜିଲ୍ଲାକୁ ଛୁଇଁବ ଭାରତ ଯୋଡ଼ ଯାତ୍ରା । ତା' ଭିତରେ ବୁଦ୍ଧିଜୀବୀ, ମହିଳା ସଂଗଠନ, ସାଂସ୍କୃତିକ ସଂଗଠନ, ଯୁବ ଓ ଛାତ୍ର ସଂଗଠନ, ଚାଷୀ, ଶ୍ରମିକ ସଂଗଠନକୁ ଭାରତ ଯୋଡ଼ ଯାତ୍ରାରେ ସାମିଲ କରାଯିବ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details