ଯାଜପୁର:ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତ କରିଛନ୍ତି ବିଧାନସଭା ଗୃହ କମିଟି । ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି କଳିଙ୍ଗନଗର ଗସ୍ତ କରିଥିଲେ । ବଦ୍ରି ନାରାୟଣ ପାତ୍ରଙ୍କ ସହ ଏହି କମିଟିରେ ବିଧାୟକ ଅମର ପ୍ରସାଦ ଶତପଥୀ, ସାରଦା ପ୍ରସନ୍ନ ନାୟକ, ମୀନାକ୍ଷୀ ମହାନ୍ତ ଓ ମନୋହର ରାନ୍ଧାରୀ ପ୍ରମୁଖ ସାମିଲଥିଲେ । ବିଭିନ୍ନ ଜିଲ୍ଲାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଓ ଏହାର ସ୍ଥିତି ଅନୁଧ୍ୟାନ କରିବେ ଏହି ଗୃହ କମିଟି ।
କମିଟି ଆଜି ସକାଳେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପହଞ୍ଚି ବିଭିନ୍ନ କାରଖାନା ପରିଦର୍ଶନ କରିବା ସହ ପ୍ରଦୂଷଣ ଓ ପରିବେଶ ସଂକ୍ରାନ୍ତୀୟ ସମସ୍ୟା ଉପରେ ତଦାରଖ କରିଥିଲେ । ଶେଷରେ ଜିନ୍ଦଲ ଷ୍ଟେନଲେସ୍ କାରଖାନା ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ କାରଖାନାର ପ୍ରଦୂଷଣ ସମସ୍ୟା ଉପରେ ସମୀକ୍ଷା କରି ଭୁବନେଶ୍ଵର ଫେରି ଯାଇଛନ୍ତି ।