ଓଡିଶା

odisha

ETV Bharat / state

ବ୍ରହ୍ମାସ୍ତ୍ରରେ ଓଡ଼ିଆ ପୁଅଙ୍କ ଜଲୱା, VFX ଏଡିଟଂ କରି ଜିତିଲେ ହୃଦୟ - ETV bharat special stories

ବଲିଉଡ ଷ୍ଟାର୍‌ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ବ୍ରହ୍ମାସ୍ତ୍ର (Bollywood movie Brahmastra ) ଚଳଚ୍ଚିତ୍ର ଏବେ ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ଫିଲ୍ମରେ ରହିଛି ଜବରଦସ୍ତ ଆକ୍ସନ ସହ VFX ଇଫେକ୍ଟ । ଏହି ଭିଏଫଏକ୍ସ ଡିପାର୍ଟମେଣ୍ଟର କାମ କରିଛନ୍ତି ଯାଜପୁର ପୁଅ ସୁବ୍ରତ ପାଢ଼ୀ । ଅଧିକ ପଢ଼ନ୍ତୁ

Odia guy Subrat Padhi became popular by VFX editing in Bollywood movie Bramhastra
ବ୍ରହ୍ମାସ୍ତ୍ରରେ ଓଡ଼ିଆ ପୁଅଙ୍କ ଜଲୱା, VFX ଏଡିଟଂ କରି ଜିତିଲେ ହୃଦୟ

By

Published : Sep 20, 2022, 9:16 PM IST

ଯାଜପୁର:ଦିନେ ବାହାଘର ବ୍ରତଘର ଭିଡିଓ ଏଡିଟିଂ କରୁଥିଲେ । ଆଜି ବ୍ରହ୍ମାସ୍ତ୍ର ଭଳି ବଡ଼ ବଲିଉଡ ଚଳଚ୍ଚିତ୍ରରେ କାମ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇଚ୍ଛାଶକ୍ତି ଓ ପରିଶ୍ରମର ଫଳ କେବେ ବୃଥା ଯାଏନି । ଯାଜପୁର ହରିପୁର ଗ୍ରାମର VFX ଏଡିଟର ସୁବ୍ରତ ପାଢ଼ୀଙ୍କ ସଫଳତାକୁ ଦେଖିଲେ ଉପରୋକ୍ତ ଉକ୍ତି ଉପରେ ବିଶ୍ବାସ କରିବାକୁ ବାଧ୍ୟ ହେବାକୁ ପଡ଼ିବ । ଆଜି ବଲିଉଡରେ ବ୍ରହ୍ମାସ୍ତ୍ର (Bollywood movie Brahmastra ) ଫିଲ୍ମ ନୂଆନୂଆ ରେକର୍ଡ ସୃଷ୍ଟି କରୁଛି । ଫିଲ୍ମର କାହାଣୀ, ଡାଇଲଗ୍‌, ଅଭିନୟକୁ ନେଇ କେତେକ ନକରାତ୍ମକ କମେଣ୍ଟ୍‌ ମିଳୁଥିବା ବେଳେ VFX ଉଚ୍ଚକୋଟିର ରହିଥିବା ନେଇ ଫିଲ୍ମ ଆଲୋଚକ ମତ ରଖିଛନ୍ତି । ଏହି ଫିଲ୍ମର VFX ଡିପାର୍ଟମେଣ୍ଟରେ କାମ କରିଛନ୍ତି ଓଡ଼ିଆ ପୁଅ ସୁବ୍ରତ କୁମାର ପାଢ଼ୀ ।

ବ୍ରହ୍ମାସ୍ତ୍ରରେ ଓଡ଼ିଆ ପୁଅଙ୍କ ଜଲୱା, VFX ଏଡିଟଂ କରି ଜିତିଲେ ହୃଦୟ

ସଂଘର୍ଷରୁ ସଫଳତା

ମାଟ୍ରିକ୍‌ ପାସ୍‌ କରିବା ପରେ ITIରେ ନାମ ଲେଖାଇଥିଲେ ସୁବ୍ରତ ପାଢ଼ୀ । ITI ପ୍ରତି ମନନଥିବାରୁ ସେ ଖାଲି ସମୟରେ ଗାଁରେ ଥିବା ଏକ ଷ୍ଟୁଡିଓରେ ବସୁଥିଲେ । ସେଠାରେ କ୍ୟାମେରା ଚଳାଇବା ଶିଖିଥିଲେ । ଏହି ଡ୍ରୋନ୍‌ ଚଳାଇବା ଶିଖିବା ସହ ବିଭିନ୍ନ ବାହାଘର ବ୍ରତଘର ଭିଡିଓ ଏଡିଟ୍‌ କରୁଥିଲେ ସୁବ୍ରତ । ଏହାକୁ ନେଇ ସୁବ୍ରତ କୁହନ୍ତି, "ବିକାଶ ଭାଇ ବୋଲି ଜଣେ ଥିଲେ ତାଙ୍କଠାରୁ ମୁଁ ଭିଡିଓ ଏଡିଟିଂ ଶିଖିଥିଲି । ତାଙ୍କ ସହ ଯାଇ ମୁଁ କାମ ଶିଖିଥିଲି ।"

କ୍ୟାମେରା ପ୍ରତି ଦୁର୍ବଳତା

ପିଲା ବେଳୁ ଫଟୋ ଉଠାଇବାକୁ ମୋତେ ଭଲ ଲାଗେ । ସେତେବେଳେ ହିଁ ସେ ଭାବିଥିଲେ ଯେ, ସେ ଏହି କ୍ଷେତ୍ରରେ କିଛି କରି ଦେଖାଇବେ । ଭିଡିଓ ଏଡିଟିଂ ଶିକ୍ଷା କରିବା ପରେ ସେ ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ VFXକୁ ନେଇ ଶିକ୍ଷା ଲାଭ କରିଥିଲେ । ସେଠାକାର ଭଲ ଶିକ୍ଷକଙ୍କ ଯୋଗୁଁ ସେ ଉଚ୍ଚକୋଟିର ଶିକ୍ଷା ଗ୍ରହଣ କରି ପାରିଥିଲେ ।

6 ମାସରେ ମିଳିଥିଲା ଚାକିରି

ଭୁବନେଶ୍ବରର ଘରୋଇ ଶିକ୍ଷାନୁଷ୍ଠାନରୁ ପାଠପଢ଼ା ଶେଷ କରିବାର ମାତ୍ର ୬ ମାସ ମଧ୍ୟରେ ଚାକିରି ପାଇଥିଲେ ସୁବ୍ରତ । ପ୍ରଥମେ କଣ୍ଟିଲୋ ଫିଲ୍ମସ୍ ରେ ଚାକିରି କରିଥିଲେ । ପ୍ରଥମ ଚାକିରିରେ ହିଁ ସେ ବିଘ୍ନହର୍ତ୍ତା ଗଣେଶ, ତେଲାଣୀ ରାମା, ରାମ୍ୟୁ ଭଳି ଜଣାଶୁଣା ସିରିଏଲ୍‌ରେ VFX କାମ କରିଥିଲେ ସୁବ୍ରତ । ଏହାପରେ ସେ ବାଇଜୁ କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ । ଏଜୁକେସ୍‌ନାଲ୍‌ ଆପରେ କାର୍ଟୁନ କମ୍ପୋଜିଟର ଭାବେ କାମ କରୁଥିଲେ ସୁବ୍ରତ ।

ମିଳିଲା ବ୍ରହ୍ମାସ୍ତ୍ର ପ୍ରୋଜେକ୍ଟ

ବାଇଜୁରେ ମନ ନଲାଗିବାରୁ ସେଠାରୁ ସେ ରିଡିଫାଇନ ନାମକ କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ । ଏହି କମ୍ପାନୀ ବଲିଉଡ୍‌ ଓ ହଲିଉଡ୍‌ ଫିଲ୍ମର VFX କାମ କରେ । ଏଠାରେ ତାଙ୍କୁ ପ୍ରଥମ ପ୍ରୋଜେକ୍ଟ ଭାବରେ ବ୍ରହ୍ମସ୍ତ୍ର ଭଳି ବଡ଼ ଫିଲ୍ମର VFX କାମ କରିବାର ସୁଯୋଗ ମିଳିଥିଲା । ଏହି ସୁଯୋଗର ଫାଇଦା ଉଠାଇଛନ୍ତି ସୁବ୍ରତ । ବହ୍ମାସ୍ତ୍ରରେ ନିଜ ହାତର ଯାଦୁଗରୀ ଦେଖାଇବା ସହ ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି ।

ଦିନକୁ ୧୪ ଘଣ୍ଟାର ପରିଶ୍ରମ

ବହ୍ମାସ୍ତ୍ର ପ୍ରୋଜେକ୍ଟରେ ସୁବ୍ରତଙ୍କୁ ବେଳେବେଳେ 14 ଘଣ୍ଟା ମଧ୍ୟ ପରିଶ୍ରମ କରିବାକୁ ପଡିଛି । ଆଗକୁ ଏଭଳି ଅନେକ ପ୍ରୋଜେକ୍ଟରେ କାମ କରି ଅଧିକ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସୁବ୍ରତ । ଫିଲ୍ମର ସଫଳତା ପାଇଁ ପୁରା ୟୁନିଟ୍‌କୁ ସେ ଶ୍ରେୟ ଦେଇଛନ୍ତି ।

ସୁବ୍ରତ କହିଛନ୍ତି, "ବ୍ରହ୍ମାସ୍ତ୍ରରେ କାମ କରି ବହୁତ ଖୁସି । କିନ୍ତୁ ଫିଲ୍ମହଲ୍‌ରେ ଦର୍ଶକଙ୍କ ପ୍ରଶଂସା ମିଳିଥିଲା । ଏହି ଫିଲ୍ମରେ VFXକୁ ଖୁବ୍‌ ପସନ୍ଦ କରାଯାଉଛି । VFX ମାନେ ହେଉଛି ଭିଜୁଆଲ୍‌ ଇଫେକ୍ଟ୍ସ ଏଡିଟିଂ । ଏଥିରେ ଅନେକ ଯାହା ଘଟିନଥାଏ ତାହା ଆମେ ଏଡିଟ୍‌ କରି ଦେଖାଇ ଥାଉ । ଏଥିପାଇଁ ମୋର ବନ୍ଧୁ ଓ ପରିବାର ବର୍ଗଙ୍କ ସମର୍ଥନ ମିଳୁଛି ।"

ପରିବାରରେ ଖୁସିର ଲହରୀ

ପ୍ରଥମ ଥର ପାଇଁ ବଲିଉଡ୍‌ରେ ଏଭଳି VFX ଦେଖିବାକୁ ମିଳିଛି । ପୂର୍ବରୁ କେବଳ ହଲିଉଡ୍‌ ଚଳଚ୍ଚିତ୍ରରେ ଏଭଳି VFX ଦେଖିବାକୁ ମିଳୁଥିଲା । ବ୍ରହ୍ମାସ୍ତ୍ର ଚଳଚିତ୍ରର ସଫଳତା ପରେ ସୁବ୍ରତଙ୍କୁ ଲୋକେ ଚହ୍ନିବାରେ ଲାଗିଛନ୍ତି । ଜାତୀୟସ୍ତରରେ ରାଜ୍ୟ ନା ଟେକ ରଖିଛନ୍ତି ସୁବ୍ରତ । ଏଥିପାଇଁ ପରିବାରରେ ମଧ୍ୟ ଖୁସିର ଲହରୀ ଦେଖିବାକୁ ମିଳିଛି ।

ଏହାକୁ ନେଇ ସୁବ୍ରତଙ୍କ ବଡ଼ବାପା କହିଛନ୍ତି, "ବହୁତ ଖୁସି ଆମେ । ସେ ଏ କ୍ଷେତ୍ରରେ ଯିବାକୁ ବହୁତ ପରିଶ୍ରମ କରିଥିଲା । ତାର ସଫଳତାରେ ଆମେ ଖୁସି । ସେ ପିଲାଟି ଦିନରୁ କ୍ୟାମେରା ଧରି ସୁଟିଂ କରୁଥିଲା । ସେ ଆଗକୁ ଆହୁରି ଭଲଭଲ କାମ କରୁ । ତା ଖୁସିରେ ଆମେ ଖୁସି ।"

ସେପଟେ ତାଙ୍କ ଖୁଡ଼ି କହିଛନ୍ତି, "ଦିନେ ନା ଦିନେ ସେ ଏଭଳି ସଫଳତା ହାସଲ କରିବ ଆମେ ଜାଣିଥିଲୁ । ପିଲା ଦିନରୁ ତାର କ୍ୟାମେରା ଓ ଏଡିଟିଂ ପ୍ରତି ରୁଚି ରହିଥିଲା । ଫିଲ୍ମରେ ତାର ନାଁ ବାହାରିବା ଦେଖି ବହୁତ ଖୁସି ହୋଇଥିଲୁ । ଠାକୁରଙ୍କୁ ଡାକୁଛୁ ସେ ଆହୁରି ସଫଳତା ହାସଲ କରି ଜିଲ୍ଲା, ରାଜ୍ୟ ଦେଶର ନାଁ ଟେକ ରଖୁ ।"

ବର୍ତ୍ତମାନର ଯୁବପିଢ଼ି ଏହି କ୍ଷେତ୍ର‌ରେ ନିଜର କ୍ୟାରିୟର କରି ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି କହିଛନ୍ତି ସୁବ୍ରତ । ସୁବ୍ରତଙ୍କ ସଫଳତାକୁ ନେଇ ତାଙ୍କ ବନ୍ଧୁମାନେ ଖୁସି ଜାହିର କରିଛନ୍ତି ।

ABOUT THE AUTHOR

...view details