ଯାଜପୁର: ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ଚଳଚ୍ଚିତ୍ର ନିର୍ମାତା ହିତେଶ କୁମାର (Odia film maker Hitesh kumar)। ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଫିଲ୍ମ ନିର୍ମାତା ଭାବେ ପୁରସ୍କାର ପାଇଲେ ବ୍ୟାସନଗର ସହରର ହିତେଶ କୁମାର । ବେଙ୍ଗାଲୁରୁ ଠାରେ ଆୟୋଜିତ ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ହିତେଶ କୁମାରଙ୍କର ନିର୍ମିତ ଫିଲ୍ମ, ହାପି ଗଣେଶ ପୂଜା, ଆଜାଦି,ବିଜୟିନୀ, ମା ପରି କିଏ ହବ, ସ୍ବପ୍ନ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ,ଅଭିନେତ୍ରୀ, କାହାଣୀ, ସିନେମାଟୋଗ୍ରାଫର, ଚିତ୍ରନାଟ୍ୟ ଓ ସଂଳାପ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଗୋଟିଏ ରୌପ୍ୟ ଓ ୨ ବ୍ରୋଞ୍ଚ ପଦକ ମଧ୍ୟ ହାସଲ କରିଛନ୍ତି ।