ଯାଜପୁର: ରବିବାର ହେଉଛି ପହିଲି ରଜ । ହେଲେ ଚଳିତ ବର୍ଷ କୋରୋନା ଜନିତ ଲକଡାଉନ୍ ଓ ସଟଡାଉନ କଟକଣା ଯୋଗୁଁ ଫିକା ପଡିବାକୁ ଯାଉଛି ରଜପର୍ବ । ଆସନ୍ତାକାଲି ଠାରୁ ପୁଣି 2ୟ ସପ୍ତାହର 48ଘଣ୍ଟିଆ ସଟଡାଉନ୍ । ଫଳରେ ରଜ ପାଳନକୁ ନେଇ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଦେଖାଦେଇଛି ନୈରାଶ୍ୟ । ହେଲେ ଏବର୍ଷ କୋରୋନା କଟକଣା ଭିତରେ ରଜ ତାର ପରିଚୟ ହଜାଇ ବସିଛି । ଲୋକ ବି ବଜାରକୁ ଆସିବାକୁ ମନ କରୁନାହାନ୍ତି । ଯାଜପୁରରେ ପ୍ରତି ସପ୍ତାହରେ ଶନିବାର-ରବିବାର ଦୁଇଦିନ ପାଇଁ ଜାରି ହୋଇଛି 48ଘଣ୍ଟିଆ ସଟଡାଉନ୍ । କେବଳ ଘର ଲୋକଙ୍କ ମନ ବୁଝାଇବା ପାଇଁ ଆଜି ଦିନରେ ଦେଖିବାକୁ ମିଳିଛି କିଛିଟା ଭିଡ । ତେବେ ରଜ ସମୟରେ ସଟଡାଉନକୁ କଡାକଡି ଭାବେ ପାଳନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ ।
ରଜ ଆସିବାକୁ ଆଉ ମାତ୍ର ଦୁଇଦିନ ବାକି ଅଛି । ହେଲେ ଏବର୍ଷ ଯେମିତି କୋରୋନା ଲୁଟି ନେଇଛି ରଜର ମଜା । ହଜି ଯାଇଛି ରଜ ପରିଚୟ । କଟକଣା ଯୋଗୁଁ ଗ୍ରାହକଙ୍କ ଭିତରେ ଦେଖାଦେଇଛି ନୈରାଶ୍ୟତା । ଯଦିଓ ସାମାଜିକ ଦୂରତ୍ବ ଓ ମାସ୍ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି ତଥାପି ରଜ ସଉଦା ପାଇଁ ଗ୍ରାହକଙ୍କୁ ବଜାର ଆସିବାକୁ ଡର ଲାଗୁଛି । ରଜ ପୂର୍ବରୁ ଦୋକାନ ବଜାର ଓ ମଲ୍ ଆଦି ଖୋଲିଥିଲେ ବି ବେପାର ପୁରା ମାନ୍ଦାରେ ଗତିକରୁଛି । ପୂର୍ବ ଘୋଷଣା ମୁତାବକ ଆସନ୍ତା କାଲି ଠାରୁ ଶନିବାର ଓ ରବିବାର ଦୁଇଦିନ ଜାରି ରହିବ 2ୟ ସପ୍ତାହର ସଟଡାଉନ୍ କଟକଣା । ଶନିବାର ପାଣିବୁହା ଥିବା ବେଳେ ରବିବାର ହେଉଛି ପହଲି ରଜ । ହେଲେ ଏବର୍ଷ କୋରୋନା କଟକଣା ପାଇଁ ସବୁକିଛି ଯେମିତ ଫିକାଫିକା ଲାଗୁଛି । ସାରା ଜିଲ୍ଲାରେ କଟକଣା ଲାଗୁ ହେଉଥିବାରୁ ରଜ ପାଳନକୁ ନେଇ ଲୋକଙ୍କ ଭିତରେ ଦେଖାଦେଇଛି ନୈରାଶ୍ୟତା । ପୂର୍ବବର୍ଷ ମାନଙ୍କ ପରି ଏବର୍ଷ କିନ୍ତୁ ରଜ ବଜାରରେ ଆମ୍ବ ପଣସର ମହକ ନାହିଁ କି ମଲରେ ଲୁଗାପଟା କିଣିବାକୁ ଗ୍ରାହକଙ୍କ ମନରେ ସେଭଳି ଆଗ୍ରହ ନାହିଁ । ବ୍ୟବସାୟୀଙ୍କ କଥା ନ କହିବା ଭଲ ।