ଯାଜପୁର: ରାଜ୍ୟରେ ପୁଣି ବଢିଛି କଣ୍ଟେନମେଣ୍ଟ ଜୋନ ସଂଖ୍ୟା । ବରୀ ବ୍ଲକର 3ଟି ପଞ୍ଚାୟତର 7ଟି ଗାଁକୁ ରବିବାର କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଶନିବାର ଜିଲ୍ଲାର ବରୀ ବ୍ଲକରୁ 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେଣୁ ରବିବାର ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତର ବାଇଁଶିରିଆ (ଆଂଶିକ), ବାଲିଆପାଳ, ସାରଙ୍ଗପୁର, ମହମ୍ମଦପୁର ଗାଁ, ଅଟିରା ପଞ୍ଚାୟତର ଅଟିରା (ଆଂଶିକ), ଔପଦା ଗାଁ ଓ ଉଦୟନାଥପୁର ପଞ୍ଚାୟତର ଉଦୟନାଥପୁର ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଯାଜପୁରରେ ପୁଣି ବଢିଲା କଣ୍ଟେନମେଣ୍ଟ ଜୋନ ସଂଖ୍ୟା - କୋରୋନା ଭାଇରସ ନ୍ୟୁଜ୍
ରାଜ୍ୟରେ ପୁଣି ବଢିଛି କଣ୍ଟେନମେଣ୍ଟ ଜୋନ ସଂଖ୍ୟା । ବରୀ ବ୍ଲକର 3ଟି ପଞ୍ଚାୟତର 7ଟି ଗାଁକୁ ରବିବାର କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଯାଜପୁରରେ ପୁଣି ବଢିଲା କଣ୍ଟେନମେଣ୍ଟ ଜୋନ ସଂଖ୍ୟା
ରବିବାର ଯାଜପୁର ଜିଲ୍ଲା ପ୍ରଶାସନ ଏନେଇ ଘୋଷଣା କରିଛି । ତେବେ ଆସନ୍ତା 16 ତାରିଖ ରାତି 8ଟା ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ଜାରି ରହିବ କଟକଣା। ଏନେଇ 3 ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଶନିବାର ସୁଦ୍ଧା ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଥିଲା । ସେଥିମଧ୍ୟରୁ ମାତ୍ର ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ