ଯାଜପୁର: ଏଥର ହେବନି ବରୁଣେଶ୍ଵର ମେଳା । କୋରୋନା ମହାମାରୀକୁ ଦୁଷ୍ଟିରେ ରଖି ଓଡ଼ିଶା ପ୍ରସିଦ୍ଧ ଯାଜପୁର ଜିଲ୍ଲାର ବରୁଣେଶ୍ଵର ମେଳାକୁ ଚଳିତ ବର୍ଷ ପାଇଁ ରୋକ ଲଗାଇଲା ପ୍ରଶାସନ । ତେବେ ଏନେଇ ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନର ଏକ ମିଳିତ ବୈଠକ ମଇଁଦାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
ଏଥର ହେବନି ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ଵର ମେଳା, ରୋକ ଲଗାଇଲା ପ୍ରଶାସନ
ଏଥର ହେବନି ବରୁଣେଶ୍ଵର ମେଳା । କୋରୋନା ମହାମାରୀକୁ ଦୁଷ୍ଟିରେ ରଖି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବରୁଣେଶ୍ଵର ମେଳାକୁ ଚଳିତ ବର୍ଷ ପାଇଁ ରୋକ ଲଗାଇଲା ପ୍ରଶାସନ । ଅଧିକ ପଢନ୍ତୁ...
ଏଥର ହେବନି ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ଵର ମେଳା, ରୋକ ଲଗାଇଲା ପ୍ରଶାସନ
କୋରୋନା କାରଣରୁ ମନ୍ଦିର ନିକଟରେ ଜାନୁଆରୀ ୧୩ ତାରିଖ ରାତ୍ରରୁ ୨୩ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିବାକୁ ବୈଠକରେ ନିଷ୍ପତି ହୋଇଛି । ଏହି ପରିପ୍ରେକ୍ଷୀରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଉପସ୍ଥିତ ରହି କମିଟି ସହିତ ଆଲୋଚନା କରିଥିଲେ । ତେବେ ବରୁଣେଶ୍ବର କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ