ଯାଜପୁର: ଜିଲ୍ଲାର ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର ୮ ନଂ ଜୋନ ଜିଲ୍ଲାପରିଷଦ ପଦ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି । ଆସନ୍ତା ୨୭ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଭାବେ ପ୍ରଦୀପ କୁମାର ମହାନ୍ତି ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ଜିଲ୍ଲାପରିଷଦ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ - ବିଜେଡ଼ି ପ୍ରାର୍ଥୀ ଭାବେ ପ୍ରଦିପ କୁମାର ମହାନ୍ତି
ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର ୮ନଂ ଜୋନ ଜିଲ୍ଲାପରିଷଦ ପଦ ପାଇଁ ନାମାଙ୍କନପତ୍ର ଦାଖଲ ହୋଇଛି । ବିଜେଡ଼ି ପ୍ରାର୍ଥୀ ଭାବେ ପ୍ରଦୀପ କୁମାର ମହାନ୍ତି ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...
![ଜିଲ୍ଲାପରିଷଦ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ](https://etvbharatimages.akamaized.net/etvbharat/prod-images/768-512-4937750-thumbnail-3x2-jillajpeg.jpg)
ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର
ତେବେ କିଛିଦିନ ପୂର୍ବରୁ ଏହି ଜୋନର ସଭ୍ୟ ଥିବା ପ୍ରତାପ ଧୀର ନିଜ ପଦବୀରୁ ଇସ୍ତଫା ଦେଇ ବିଜେପିରେ ମିଶିବା ଫଳରେ ପଦବୀଟି ଖାଲି ପଡିଛି । ସୁକିନ୍ଦା ନିର୍ବାଚନୀ ମଣ୍ଡଳିର ୭ଟି ପଞ୍ଚାୟତକୁ ନେଇ ୮ ନଂ ଜୋନ ଜିଲ୍ଲାପରିଷଦ ଗଠିତ ହୋଇଥିବାବେଳେ ଆଜି ବିଜେଡ଼ି ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ