ଯାଜପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ବଢିବାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଏପଟେ ଜିଲ୍ଲାରେ ଏବେ କେବଳ ନାଇଟ କର୍ଫ୍ୟୁକୁ ଛାଡି ଦେଲେ କୌଣସି କୋରୋନା ଜନିତ କଟକଣା ନାହିଁ। ଜିଲ୍ଲାରେ ଯେହେତୁ ପ୍ରତେକ ଦିନ 40 ରୁ 50 କୋରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ସେଥିପାଇଁ ଜିଲ୍ଲା ପ୍ରଶାସନ ଏହି ସଂକ୍ରମଣ ରୋକିବା ପାଇଁ ନେଇଛନ୍ତି ପୁଣି ଏକ ନିଷ୍ପତ୍ତି।
ରାଜ୍ୟରେ ଆସନ୍ତା 22 ତାରିଖରେ ଅଛି ଗଣେଶ ପୂଜା। ସେଥିପାଇଁ ଜିଲ୍ଲାରେ ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ଧୁମଧାମରେ ଏହି ପୂଜା ହେଇଥାଏ। ବହୁ ସଂଖ୍ୟାର ଲୋକଙ୍କ ସମାଗମକୁ ନଜରରେ ରଖି ଜିଲ୍ଲାରେ କୌଣସି ସ୍କୁଲ କଲେଜ ଓ ବାହାରେ କୌଣସି ଅନୁଷ୍ଠାନ ଗଣେଶ ପୂଜା କରିପାରିବେନି ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।