ଓଡିଶା

odisha

ETV Bharat / state

ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପ୍ରତିବାଦରେ ଗଣବିକ୍ଷୋଭ - jajpur news

ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରତିବାଦ କରି ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ବିଭିନ୍ନ ଶ୍ରମିକ ସଙ୍ଗଠନ ନେତା ସାମିଲ ହୋଇଥିଲେ । ଅଧିକ ପଢନ୍ତୁ...

od_jjr_protest against central govt decision
ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପ୍ରତିବାଦରେ ଗଣବିକ୍ଷୋଭ

By

Published : Feb 7, 2020, 3:46 AM IST

ଯାଜପୁର: କଳିଙ୍ଗନଗରରେ ପ୍ରତିଷ୍ଠିତ ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ପ୍ରତିବାଦ କରି ଗୁରୁବାର ଯାଜପୁର ସଦର ମହକୁମାରେ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ଶ୍ରମିକ ସଙ୍ଗଠନ ଆଇଏନଟିୟୁସି, ସିଟୁ, ଏଆଇଟିୟୁସି ସମେତ ବିଭିନ୍ନ ସଙ୍ଗଠନ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରତିବାଦ କରିଥିଲେ ।

ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପ୍ରତିବାଦରେ ଗଣବିକ୍ଷୋଭ

ନୀଳାଚଳକୁ ଘରୋଇ କମ୍ପାନୀ ହାତକୁ ଟେକି ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚକ୍ରାନ୍ତ କରିଥିବା ଅଭିଯୋଗ ଆଣିଥିଲେ ବିକ୍ଷୋଭରେ ସାମିଲ ହୋଇଥିବା ବିଭିନ୍ନ ଦଳର ନେତା । ସରକାରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି । ତେଣୁ ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ପୁନଃବିଚାର କରିବାକୁ ଦାବି କରାଯାଇଛି । ନଚେତ୍‌ ଆଗାମୀ ଦିନରେ ଏନେଇ ଗଣ ଆନ୍ଦୋଳନ କରାଯିବବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details