ଓଡିଶା

odisha

ETV Bharat / state

କଳିଙ୍ଗନଗର ଶିଳ୍ପାଞ୍ଚଳରେ ରେଲୱେ ସାଇଡିଂ ବନ୍ଦ ନ କରିବାକୁ ନିର୍ଦ୍ଦେଶ ଦେଲା ଏନଜିଟି - କଳିଙ୍ଗନଗର ଶିଳ୍ପାଞ୍ଚଳ ଖବର

କଳିଙ୍ଗନଗର ଶିଳ୍ପାଞ୍ଚଳର ମାନପୁର ସ୍ଥିତ ସୁକିନ୍ଦା ରେଲୱେ ସାଇଡିଂରେ ପରିବେଶ ଆଇନ ସର୍ତ୍ତାବଳୀକୁ ଖୋଲାଖୋଲି ଉଲ୍ଲଘଂନ ମାମଲାରେ ଏନଜିଟିର ଶୁଣାଣି । ଶ୍ରମିକ ସଂଗଠନ ପକ୍ଷରୁ ଏନଜିଟିଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହିତ ଏନଜିଟି ନିକଟରେ କୃତଜ୍ଞତା ଜଣାଯାଇଛି। ଅଧିକ ପଢନ୍ତୁ...

ରେଲୱେ ସାଇଡିଂ ବନ୍ଦ ନ କରି ଚାଲିବା ପାଇଁ ନିର୍ଦ୍ଦେଶ ଦେଲା ଏନଜିଟି
ରେଲୱେ ସାଇଡିଂ ବନ୍ଦ ନ କରି ଚାଲିବା ପାଇଁ ନିର୍ଦ୍ଦେଶ ଦେଲା ଏନଜିଟି

By

Published : Sep 20, 2020, 5:19 PM IST

ଯାଜପୁର: ରେଲୱେ ସାଇଡିଂ ପରିବେଶ ଆଇନ ସର୍ତ୍ତାବଳୀକୁ ଖୋଲାଖୋଲି ଉଲ୍ଲଘଂନ ମାମଲାରେ ଏନଜିଟିର ଶୁଣାଣି । ସୁକିନ୍ଦା ରେଲୱେ ସାଇଡିଂରେ ପ୍ରଦୂଷଣକୁ ନେଇ ଏନଜିଟି ନିକଟରେ ଅଭିଯୋଗ ହୋଇଥିଲା । ଏନଜିଟିର ବିଚାରପତି ଏସ.ପି. ୱାଙ୍ଗଡି ଏବଂ ବୈଷୟିକ ସଦସ୍ୟ ନଗୀନ ନନ୍ଦକୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

ରେଲୱେ ସାଇଡିଂ ବନ୍ଦ ନ କରି ଚାଲିବା ପାଇଁ ନିର୍ଦ୍ଦେଶ ଦେଲା ଏନଜିଟି

କଳିଙ୍ଗନଗର ଶିଳ୍ପାଞ୍ଚଳର ମାନପୁର ସ୍ଥିତ ସୁକିନ୍ଦା ରେଲୱେ ସାଇଡିଂରେ ବାୟୁ ଏବଂ ଜଳ ପ୍ରଦ୍ୟୂଷଣକୁ ରୋକିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ପୂର୍ବତଟ ରେଳବିଭାଗ ପକ୍ଷରୁ ଦର୍ଶାଯାଇଥିଲା । ଏହି ଖଣ୍ଡପୀଠ ରେଲୱେ ସାଇଡିଂ ବନ୍ଦ ନହୋଇ ଚାଲୁ ରଖିବାକୁ ଶୁଣାଣି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ଏହି ମାମଲାର ପୂର୍ଣ୍ଣଚ୍ଛେଦ ପକାଇଥିବା ବେଳେ ସେପଟେ ନିର୍ଦ୍ଦେଶନାମା ଜାରି ପରେ ଅଭିଯୋଗକାରୀଙ୍କୁ ଶକ୍ତ ଝଟକା ଲାଗିଛି । ତେବେ ରେଲୱେ ସାଇଡିଂର ଭିତର ଏବଂ ବାହାର ପଟେ ପର୍ଯ୍ୟାପ୍ତ ବୃକ୍ଷରୋପଣ, ପାଚେରୀରେ ୱାଇଣ୍ଡ ସ୍କ୍ରିନ ୱାଲଟ ନିର୍ମାଣ କରିବା, ଜିପସମ ପରିବହନ ଲାଗି ସାଇଡିଂରେ ଛାତ୍ର ନିର୍ମାଣ, ସ୍ବତନ୍ତ୍ର ଡ୍ରେନେଜ୍ ବ୍ୟବସ୍ଥା, ଏୟାର କ୍ବାଲିଟି ମନିଟରିଂ ଉପରେ ଏହି ଖଣ୍ଡପୀଠ ସର୍ତ୍ତ ରଖିଛନ୍ତି । ୨ ମାସ ମଧ୍ୟରେ ସର୍ତ୍ତଗୁଡିକ ପାଳନ ହୋଇଛି କି ନାହିଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଏହି ମାମଲାର ଶୁଣାଣି ପରେ ସୁକିନ୍ଦା ରୋଡ ରେଲୱେ ସାଇଡିଂ ଚାଲିବା ନେଇ ନିଶ୍ଚିତତା ଦେଖାଦେଇଛି ।

ଅନ୍ୟ ପଟେ ଶ୍ରମିକ ସଂଗଠନ ପକ୍ଷରୁ ଏନଜିଟିଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହିତ ଏନଜିଟି ନିକଟରେ କୃତଜ୍ଞତା ଜଣାଯାଇଛି। ଏଥିସହ ଘଟଣାକୁ ନେଇ ଏଠାରେ କାର୍ଯ୍ୟରତ 5ଶହରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ମୁହଁରେ ହସ ଫୁଟିଛି। ଯଦି ଅଭିଯୋଗକୁ ଭିତ୍ତିକରି ଏହି ରେଲୱେ ସାଇଡିଂକୁ ବନ୍ଦ କରାଯାଇଥାନ୍ତା, ତେବେ ଶ୍ରମିକ ମାନେ ସବୁଦିନ ପାଇଁ ସେମାନଙ୍କ ରୋଜଗାର ହରାଇଥାନ୍ତେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details