ଓଡିଶା

odisha

By

Published : Sep 8, 2022, 8:25 PM IST

ETV Bharat / state

ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦକର: NGT ଦେଲେ ନିର୍ଦ୍ଦେଶ

ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦକର । ଯାଜପୁର ବ୍ୟାସ ସରୋବର ନିର୍ମାଣ କାର୍ଯ୍ୟ ବନ୍ଦକରିବା ପାଇଁ ନିର୍ଦ୍ଦେଶ ଦେଲେ ଏନଜିଟି । କାମ ବନ୍ଦକରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି (National Green Tribunal)। ଅଧିକ ପଢନ୍ତୁ

ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଏନଜିଟି
ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଏନଜିଟି

ଯାଜପୁର: ଜିଲ୍ଲାର ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମ ବେଆଇନ ଭାବେ ନିର୍ମାଣ କାମ କରାଯାଉଛି । ଏହାର ନିର୍ମାଣକାମ ତୁରନ୍ତ ବନ୍ଦ କରାଯାଉ । ଏନେଇ ଯାଜପୁର ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି (National Green Tribunal) ।

ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଏନଜିଟି

ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ୧୧୦ ଏକର ଜମିରେ ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ ପାଇଁ ନିର୍ମାଣ କାର୍ଯ୍ୟ ହେଉଛି । ଏଥିମଧ୍ୟରେ ୩୩ ଏକର ଜମି ଜଙ୍ଗଲ କିସମର ଜମି ରହିଛି । ତେବେ ଜଙ୍ଗଲ ଜମିରେ କଙ୍କ୍ରିଟ କାମ ହୋଇପାରିବ ନାହିଁ ବୋଲି ନିୟମ ରହିଛି । ଏପରିକି ଏହି ନିର୍ମାଣ କାମ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁମତି ମଧ୍ୟ ମିଳିନାହିଁ । ଏହାସତ୍ତ୍ବେ ଚାଲିଛି ନିର୍ମାଣ କାମ । ଫଳରେ ଏହି ନିୟମକୁ ଏଠାରେ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି । ସେହିପରି ୧୧୦ ଏକର ଜମି ମଧ୍ୟରେ ଜଙ୍ଗଲ ଜମି ସହିତ ପାଟ କିସମର ଜମି ମଧ୍ୟ ରହିଛି । ଯାହାକି ୱେଟଲ୍ୟାଣ୍ଡ ମ୍ୟାନେଜମେଣ୍ଟ ନିୟମ ଅନୁସାରେ ଏହି ପାଟ କିସମର ଜମିରେ ମଧ୍ୟ ବିନା ଅନୁମତିରେ କୌଣସି ପ୍ରକାରର ନିର୍ମାଣ କାମ ହେବା ଅନୁଚିତ ।

ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଏନଜିଟି

ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମ କରାଯିବା ବେଳେ ପରିବେଶ ସୁରକ୍ଷା ଉପରେ ଦୃଷ୍ଟି ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଦିଲୀପ କୁମାର ସାମନ୍ତରାୟ ନାମକ ଜଣେ ବ୍ୟକ୍ତି । ଏନେଇ ଅଭିଯୋଗକାରୀଙ୍କ ପକ୍ଷରୁ ତାଙ୍କ ଓକିଲ ଶଙ୍କର ପ୍ରସାଦ ପାଣି ଏନଜିଟିରେ ତଥ୍ୟ ଉପସ୍ଥାପନ କରିଥିଲେ । ଆବେଦନକାରୀ ଅଗଷ୍ଟ ୨୫ ତାରିଖରେ ଦାଖଲ କରିଥିବା ସତ୍ୟପାଠରେ ମୁଣ୍ଡାମାଲ ଗ୍ରାମସଭାରେ ଗତ ଜାନୁଆରୀ ୨୮ତାରିଖରେ ହୋଇଥିବା ସଙ୍କଳ୍ପ ଦାଖଲ କରିଥିଲେ । ଏହି ଗ୍ରାମସଭା ବୈଠକରେ ବ୍ୟାସନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ଏନଜିଟି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ବ୍ୟାସନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ କିପରି ଗ୍ରାମସଭା ବୈଠକରେ ଅଧ୍ୟକ୍ଷତା କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ମୁଣ୍ଡାମାଲ ଗ୍ରାମର ବାସିନ୍ଦା କି ବୋଲି ପ୍ରଶ୍ନ କରିଛନ୍ତି ।

ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଏନଜିଟି

ଏହା ବି ପଢନ୍ତୁ- ନିଖୋଜର ୨ବର୍ଷ ପରେ ପିହୁ ପାଇଁ ଲାଗିଲା ପୋଷ୍ଟର, ପରିବାରର CBI ତଦନ୍ତ ଦାବି

ପରବର୍ତ୍ତୀ ଶୁଣାଣି ଯାଏଁ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି (National Green Tribunal) । ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ଯାଜପୁର ଜିଲ୍ଲାପାଳ, କଟକ ଡିଏଫଓ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ଷ୍ଟେଟ ଏନଭାରମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୪ରେ ହେବା ନେଇ ସ୍ଥିର ହୋଇଛି । ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ବିଭାଗ ପକ୍ଷରୁ ସତ୍ୟପାଠ ଜରିଆରେ ଜବାବ ରଖିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details