ଓଡିଶା

odisha

ETV Bharat / state

ନବଜାତ ଶିଶୁ ଉଦ୍ଧାର ଘଟଣା: ଶିଶୁର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ ବିଧାୟକ ପ୍ରୀତିରଞ୍ଜନ ଘଡେଇ - ନବଜାତ ଶିଶୁ ପୁତ୍ର ଉଦ୍ଧାର

ଯାଜପୁର ଜିଲ୍ଲା ଦାନଗଦି ବଜାର ପଛପଟୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ଘଟଣା । ଶିଶୁଟିର ଅବସ୍ଥା ଦେଖିବା ପାଇଁ ପହଞ୍ଚିଲେ ବିଧାୟକ ପ୍ରୀତିରଞ୍ଜନ ଘଡେଇ । ଅଧିକ ପଢନ୍ତୁ...

ଶିଶୁର ସ୍ବାସ୍ଥ୍ୟବସ୍ଥା ଦେଖିଲେ ବିଧାୟକ ପ୍ରୀତିରଞ୍ଜନ ଘୋଡାଇ
ଶିଶୁର ସ୍ବାସ୍ଥ୍ୟବସ୍ଥା ଦେଖିଲେ ବିଧାୟକ ପ୍ରୀତିରଞ୍ଜନ ଘୋଡାଇ

By

Published : Sep 12, 2020, 3:02 PM IST

Updated : Sep 12, 2020, 3:07 PM IST

ଯାଜପୁର: ଜିଲ୍ଲା ଦାନଗଦି ବଜାର ପଛ ପଟୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ଘଟଣା। ମୁକୁନ୍ଦ ମହାକୁଡଙ୍କ ବାଡିରେ ଥିବା ଏକ ଓଉ ଗଛ ମୂଳରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଦ୍ବାରା ଉଦ୍ଧାର ଶିଶୁକୁ ନେଇ ଚିକିତ୍ସା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଶିଶୁର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ ବିଧାୟକ ପ୍ରୀତିରଞ୍ଜନ ଘଡେଇ

ଶିଶୁଟିର ଅବସ୍ଥା ଦେଖିବା ପାଇଁ ଆଜି ହଠାତ୍‌ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ପହଞ୍ଚିଥିଲେ । ଏଥିସହିତ ଏହି ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏଥିସହିତ ଶିଶୁଟିର ଯତ୍ନ ନେବା ପାଇଁ ସବୁ ବିଭାଗ ସହିତ ଆଲୋଚନା କରିବେ ବୋଲି ବିଧାୟକ ଘଡେଇ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Sep 12, 2020, 3:07 PM IST

ABOUT THE AUTHOR

...view details